logo
add image
ପ୍ରଦୂଷଣକାରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ଓଡାପଡା ତହସିଲଦାର।

ପ୍ରଦୂଷଣକାରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ଓଡାପଡା ତହସିଲଦାର।

ଢେଙ୍କାନାଳ/ଓଡାପଡା,୪/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରଦ୍ୟୋତ କୁମାର ବିଶ୍ୱାଳ)ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଜିଲ୍ଲାପ୍ରଶାସନ ତରଫରୁ ମାସିକ ଜନଶୁଣାଣି ଅନୁଷ୍ଠିତ ହୋଇଥାଏ। ଦୂର ଦୁରାନ୍ତରୁ ଲୋକ ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଇଥାନ୍ତି।ସେମିତି ଏକ ଅଭିଯୋଗ ଯଥାକ୍ରମେ ୦୯/୦୭/୨୦୨୪, ୨/୯/୨୦୨୪ ଓ ୧୧/୧୧/୨୦୨୪ରେ ପଞ୍ଜିକୃତ ହୋଇଛି, କିନ୍ତୁ କାମ ହେଉନାହିଁ, ଜିଲ୍ଲାପାଳଙ୍କୁ ଖୋଲାଖୋଲି ବେଖାତିର କରୁଛନ୍ତି ବ୍ଲକ ପ୍ରଶାସନ।ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ସ୍ଥାନୀୟ ଓଡାପଡା ବ୍ଲକ ପ୍ରଶାସନ କୁଣ୍ଠିତ।ଏଠାରେ ପ୍ରଶ୍ନ ଉଠେ ସ୍ଥାନୀୟ ପ୍ରଶାସନ କାହାର?? ପ୍ରଶାସନ ଯଦି ବିକ୍ରି ହେବ ଗୁହାରି କାହାକୁ କରିବେ? ସୂଚନା ଯୋଗ୍ୟ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜନଶୁଣାଣୀ ୧୧/୧୧/୨୦୨୪ରେ ହୋଇଥିବା ଅଭିଯୋଗକୁ ସ୍ଥାନୀୟ ଓଡାପଡା ତହସିଲଦାରଙ୍କୁ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ, କିଛି ଦିନ ପରେ ଅଭଯୋଗକାରି ସ୍ଥାନୀୟ ତହସିଲଦାର ମହାଶୟଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ବ୍ୟସ୍ତ ଅଛନ୍ତି କହି ଏଡାଇ ଦିଅନ୍ତି, କିନ୍ତୁ ଅଭିଯୋଗକାରି ହଠାତ ପହଂଚି ମୋ ଅଭିଯୋଗ ର ସମାଧାନ କେବେ ହେବ ବୋଲି ପଚାରିଥିଲି, କିନ୍ତୁ ସେ କହିଥିଲେ ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ।ଜିଲ୍ଲା ପ୍ରଶାସନ ପେପର ପଠେଇଲେ ଦେଖିବା।କଥା ଉଠେ ଜିଲ୍ଲାପାଳଙ୍କୁ ଅଭଯୋଗ କରିବାର ପେପର କେଉଁଠିକି ଯାଇଥାଏ?ଯଦି ନ ଆସିଥାଏ.. କାହିଁକି ଏ ପ୍ରହସନ?କାହା ପାଇଁ ଜଣାଶୁଣାଣି ?ଅଭିଯୋଗ କାରିଙ୍କ ଅଭିଯୋଗ ଆଧାରରେ ହିନ୍ଦୋଳ ରୋଡ କଲେଜଛକ ରୁ ବାବନ୍ଧ ଆସିବା ରାସ୍ତାରେ ଗଢି ଉଠିଥିବା କ୍ରସରରୁ ଏତେ ମାତ୍ରରେ ଧୂଳି ଉଡ଼ୁଛି ଯେ ସାଧାରଣ ଲୋକଙ୍କ ଯିବାଆସିବା ଏକାପ୍ରକାର ବନ୍ଦ ହେବାଭଳି ଅବସ୍ଥା।ବାରମ୍ବାର କହିବା ପରେ ମଧ୍ୟ ପ୍ରଶାସନ ଚୁପ। କାହା ସ୍ୱାର୍ଥରେ ଏ ବେପାର?ଥରେ ବାବନ୍ଧ ରାସ୍ତାକୁ ଜିଲ୍ଲା ପ୍ରଶାସନ ଆସିକି ଦେଖୁ ଅଞ୍ଚଳବାସୀ କେତେ ଅସୁବିଧାରେ ଅଛନ୍ତି।ଅଭିଯୋଗ କରିବାକୁ ଗଲେ ସ୍ଥାନୀୟ ତହସିଲଦାର ନାଲି ଆଖି ଦେଖାଉଛନ୍ତି।କାମ ନ କରିବାର ଧମକ ଦେଉଛନ୍ତି।ସ୍ଥାନୀୟ କ୍ରସର ୟୁନିଟରୁ ମୋଟା ଅଙ୍କର ଲାଞ୍ଚ ଖାଇ ଦିନରେ କ୍ରସର ଚଳେଇବାକୁ ଅନୁମତି ଦେଉଛନ୍ତି।ମୋଟା ଅଙ୍କର ମୋହ ପ୍ରଶାସନକୁ ବନ୍ଧା ପକେଇ ଦେଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ସାମ୍ବାଦିକ ମାନେ ଓଡାପଡା ତହସିଲ ଅଫିସ ଗଲେ ଏକ ଘଣ୍ଟା ଠିଆ ହେବେ କିନ୍ତୁ କ୍ରସର ମାଲିକ ମାନେ ଘଣ୍ଟା ଘଣ୍ଟା ବସି ଗପ ମାରିପାରିବେ।କଣ କଥା ହେଉଛନ୍ତି ତାର ରେକର୍ଡ ରହୁ ବୋଲି ସ୍ଥାନୀୟ ଯୁବବର୍ଗ ଆମ ପ୍ରତିନିଧିଙ୍କୁ କହିଛନ୍ତି।ଜିଲ୍ଲା ପ୍ରଶାସନକୁ ଅନୁରୋଧ ତୁରନ୍ତ ସାଧାରଣ ଲୋକଙ୍କ ସମସ୍ୟାକୁ ଶୀଘ୍ର ସମାଧାନ କରି ନିଜର କର୍ତବ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ଉଚିତ ଦଣ୍ଡ ଦିଆଯାଉ।
 

Recent Comments

Leave Comments

Top