logo
add image
ଏରିୟର ଫ୍ରୀ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସମ୍ମାନିତ।

ଏରିୟର ଫ୍ରୀ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସମ୍ମାନିତ।

ବିନିକା,୫/୧୨/୨୦୨୪(ଆଧାର ମିଡ଼ିଆ)ବିନିକା ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ଏରିୟର ଫ୍ରୀ ଓ ପ୍ରତିମାସରେ ବିଦ୍ୟୁତ୍ ବିଲ୍ ପଇଠ କରୁଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନିଆଁରା ଢଙ୍ଗରେ ସମ୍ମାନିତ କରିଥିଲେ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ତଥା ଗ୍ରାମାଚଂଳର ଏରିୟର ଫ୍ରୀ ତଥା ପ୍ରତିମାସରେ ବିଦ୍ୟୁତ୍ ବିଲ୍ ପଇଠ କରିଆସୁଥିବା ୩ ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଟିପିଡବ୍ଲୁ କେଏନ୍‌ୟୁଇନ୍ ଖୁଲ୍‌ଜା ସିମ୍‌ସିମ୍ ସ୍କିମ ଭାଗ୍ୟଶାଳି ବିଜେତାଙ୍କୁ ନିଆଁରା ଢଙ୍ଗରେ ସମ୍ମାନିତ କରାଯାଇଥିଲା।ବିନିକା ବିଦ୍ୟୁତ୍ ଉପଖଣ୍ଡ ଅଧିନରେ ଥିବା ୪୮ ହଜାର ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ  ପ୍ରାୟ ଶତକଡ଼ା ୩୦ ଶତାସଂ ଉପଭୋକ୍ତା ଏହି ସ୍କିମରେ ସାମି ହେଉଥିଲା ବେଲେ ସେହିପରି ଶତପତ୍ରତିଶତ ବିଦ୍ୟୁତ ବିଲ ଉପଭୋକ୍ତା ଏହି ସ୍କିମ ରେ ସାମିଲ ହେବାକୁ ବିନିକା ବିଦ୍ୟୁତ୍ ଉପଖଣ୍ଡ ଉଦୟ ଶଙ୍କର ପାଟଯୋଗି ଅନୁରୋଧ କରିଛନ୍ତି।ଭାଗ୍ୟ ସାଲିବିଜେତା ରାମପୁର ସେକ୍ସନର ଉମେଶ ବନ୍‌ଛୋର -ପ୍ରଥମ,ବିନିକା ସେକ୍ସନର ଅଜିତ ସାମନ୍ତରାୟ -ଦ୍ୱିତୀୟ ଓ ସ୍ୱର୍ଗତ ଲତା ବାଗଙ୍କ ପରିବାରକୁ ତୃତୀୟ ଭାଗ୍ୟଶାଳି ବିଜେତା ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ସମ୍ମାନିତ କରାଯାଇଥିଲା।ସେହିପରି ଏଇ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଦିନଠାରୁ ବିଦ୍ୟୁତ୍ ଉପଭୋକ୍ତାମାନେ ଏରିୟର ଫ୍ରୀ ହେବା ସହ ଲକିଡ୍ରରେ ସାମିଲ ହେବାପାଇଁ ଇଚ୍ଛା ବଢାଉଛନ୍ତି।ଏଥିରେ ବିନିକା ସେକ୍ସନର ଇଏସଓ- ସୁଭମ ଆଚାର୍ଯ୍ୟ,ରାମପୁର ସେକ୍ସନର ଇଏସଓ ସତ୍ୟଜିତ ମହାନ୍ତି ମହାଦେବପାଲି ସେକ୍ସନର ଇଏସଓ ସଞ୍ଜିବ ସାହୁ, ସମେତ ବିଦ୍ୟୁତ ଉପଖଣ୍ଡ ସମସ୍ତ କର୍ମଚାରୀ ଉପସ୍ତିତ ରହିଥିଲେ।
 

Recent Comments

Leave Comments

Top