logo
add image
ଦକ୍ଷତା ବୃଦ୍ଧି ପାଇଁ ତାଲିମ ନେଲେ ୪୦ ଶିକ୍ଷୟତ୍ରୀ ଶିକ୍ଷକ।

ଦକ୍ଷତା ବୃଦ୍ଧି ପାଇଁ ତାଲିମ ନେଲେ ୪୦ ଶିକ୍ଷୟତ୍ରୀ ଶିକ୍ଷକ।

ଖୋର୍ଦ୍ଧା,୬/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ବିଦ୍ୟାର୍ଥୀଙ୍କ ଶିକ୍ଷାର ଉନ୍ନତି ପାଇଁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଶିକ୍ଷା ବିଭାଗ ନିରନ୍ତର ପ୍ରୟାସ କରି ଚାଲିଛି।ଏଥି ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (osepa)ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଉଚ୍ଚପ୍ରାଥମିକ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ପାଇଁ ଚାଲିଥିବା ପଞ୍ଚମ ପର୍ଯ୍ୟାୟର ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି।ବୋଲଗଡ଼ ସଦର ମହକୁମାସ୍ଥିତ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୪୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଅଂଶଗ୍ରହଣ କରିଥିଲେ।ପ୍ରଶିକ୍ଷଣରେ ଶିକ୍ଷକ ନେତୃତ୍ୱ,ଶିକ୍ଷକଙ୍କର ବିକାଶତ୍ମକ ମନୋବୃତ୍ତି,ସାମାଜିକ ଆବେଗିକ ଓ ନୈତିକ ଶିକ୍ଷା,ହାଉସ ସିଷ୍ଟମ,ବସ୍ତାନୀ ବିହୀନ ପାଠପଢ଼ା ଦିବସ, ଅନ୍ତର୍ନିବେଶୀ ଶିକ୍ଷା,ୟୁ ଡ଼ାଇସି ପ୍ଲସ,ମାସିକ ପାଠ୍ୟ ଖସଡ଼ା,ଜାତୀୟ ଉପଲବ୍ଧି ସର୍ବେକ୍ଷଣ,ଟାବଲେଟର ବ୍ୟବହାର,ସାଇବର ସୁରକ୍ଷା ଓ ବିଦ୍ୟାଳୟ ନିରାପତ୍ତା ସୁରକ୍ଷା ବ୍ୟବସ୍ଥା ଆଦି ବିଷୟରେ ପ୍ରଶିକ୍ଷଣ ନେଇଥିଲେ।ଏହି ପ୍ରଶିକ୍ଷଣକୁ ସମ୍ବଳ ଶିକ୍ଷକ ସାନନ୍ଦ କୁମାର ସାହୁ,ସୁବାଷ ଚନ୍ଦ୍ର ମହାପାତ୍ର,ପ୍ରଫୁଲ୍ଲ କୁମାର ସିଂହ ଓ ଦାଶରଥି ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ।ଉଦଯାପନୀ ଦିବସରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ ଏବଂ ଅମିତା ମିଶ୍ର ଯୋଗଦେଇ ଶିବିରର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ଉତ୍ତରକବାଟ,ହରଷ ଦେଇ,ପ୍ରସନ୍ନ କୁମାର ସାହୁ ଏବଂ ବିଷ୍ଣୁପ୍ରିୟା ସେଠୀ ତ୍ରିଦିବସୀୟ କର୍ମଶାଳାର ଫଳାଫଳ ବାବଦରେ ଆଲୋକପାତ କରିଥିଲେ। ଏହାକୁ ବିଦ୍ୟାଳୟ ରେ କାର୍ଯ୍ୟକାରୀ କରିବାକୁ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କହିଥିଲେ।
 

Recent Comments

Leave Comments

Top