ଖୋର୍ଦ୍ଧା,୭/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ୧୯ ଗୋଟି ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ପ୍ରତିବାଦ ଓ କଲମ ଛାଡ଼ ଆନ୍ଦୋଳନ କରି ବ୍ଲକ ପରିସର ସମ୍ମୁଖରେ ବସି ପ୍ରତିବାଦ କରୁଛନ୍ତି।ସୂଚନା ଅନୁଯାୟୀ ୨୮ ନମ୍ୱର ୨୦୨୪ ରେ ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମପଞ୍ଚାୟତ ସରପଞ୍ଚ ଶେଷଦେଵ ବେହେରା ଓ ତାଙ୍କ ସହଯୋଗୀ ମାନେ ସଙ୍ଘବଦ୍ଧ ଭାବେ ଅମାନୁଷିକ କାର୍ଯ୍ୟ ସହ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ।ଦୋଷୀଙ୍କ ବିରୁଦ୍ଧରେ କୌଣସି ଦୁଷ୍ଟାନ୍ତ ମୂଳକ ଦୃଢ଼ ପଦକ୍ଷେପ ନିଆଯାଇ ନଥିବାରେ ଏହି ସମ୍ପର୍କରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ,ଓଡିଶା ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ସଂଘର ସମସ୍ତ ନିର୍ବାହୀ ଅଧିକାରୀମାନେ ପ୍ରତିବାଦ ଓ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି।ତେବେ ଜିଲ୍ଲା ସଙ୍ଘ ଏସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି ଦୋଷୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।ଏହାମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଂଘର ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଦୀର୍ଘ ୩ ଦିନ ବିତିଯାଇ ଥିଲେ ହେଁ ଅଦ୍ୟାବଧି ପ୍ରଶାସନ ଦୋଷୀ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛନ୍ତି।ତେବେ ସର୍ବସମ୍ମତି ନିଷ୍ପତିକ୍ରମେ ଜିଲ୍ଲାର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ନିଜ ନିଜ ଅଂଚଳର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି।ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଲକ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଏସମ୍ପର୍କିତ ଏକ ଦାବୀପତ୍ର ଜିଲ୍ଲାପାଳ,ଖୋର୍ଦ୍ଧାଙ୍କ ଉଦେଶ୍ୟରେ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରି ବ୍ଲକ ପରିଷର ସମ୍ମୁଖରେ ପ୍ରତିବାଦ ଓ କଲମ ଛାଡ଼ ଆନ୍ଦୋଳନରେ ବସିରହିଛନ୍ତି।ତେବେ ଏହି କଲମ ଛାଡ଼ ଆନ୍ଦୋଳନ ଦାବୀ ମୂଳକ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘର ସଭାପତି ପବିତ୍ର କୁମାର ସ୍ୱାଇଁ ଓ ସମ୍ପାଦକ ରବୀନ୍ଦ୍ର ନାଥ ପରିଡା ଏକ ମିଳିତ ବିବୃତିରେ କହିଛନ୍ତି।ତେବେ ଜିଲ୍ଲାସଙ୍ଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ଖୋର୍ଦ୍ଧା,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ),ମୁଖ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଖୋର୍ଦ୍ଧା,ଉପଜିଲ୍ଲାପାଳ ଖୋର୍ଦ୍ଧା , ଭୁବନେଶ୍ୱର ଓ ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଖୋର୍ଦ୍ଧା ଜିଲ୍ଲା ପ୍ରମୁଖ ମାନଙ୍କୁ ଏହାର ନକଲ ଦିଆ ଯାଇଥିବାର ସୂଚନା ରହିଅଛି।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବବୋଲି ଚେତାବନୀ ଦେଇଛନ୍ତି।
Recent Comments