ସୋନପୁର,୩/୧୨/୨୦୨୪(ଆଧାର ମିଡ଼ିଆ)ସୁବର୍ଣ୍ଣପୁର ଗଡ଼ଜାତ ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ଦୀର୍ଘ ପାଞ୍ଚ ବର୍ଷ ପରେ ଆଜି ମା ଙ୍କ ଦାନ ବାକ୍ସ (ହୁଣ୍ଡି) ଖୋଲା ଯାଇଛି।ଦେବୋତ୍ତର ବିଭାଗ ଅଧିକାରୀ ତଥା ସୋନପୁର ଉପ ଜିଲ୍ଲାପାଳ ଡ ସୌମ୍ୟ ରୂପା ରଥ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଆଜି ଦିବା ୧୧ ଟା ରେ ହୁଣ୍ଡି ର ତାଲା ଖୋଲାଯାଇଛି।ଗଣତି ପରେ ସମୁଦାୟ ୨ ଲକ୍ଷ ୫୭ ହଜାର ଟଙ୍କା ବାହାରି ଥିବା ବେଳେ ୫ ରୁ ୭ ହଜାର ଟଙ୍କା କଳଙ୍କି ଓ ଧୂପ ଯୋଗୁଁ ନଷ୍ଟ ହୋଇ ଯାଇଥିବା ଜଣା ଯାଇଛି।ତେବେ ଦୀର୍ଘ ଦିନ ଧରି ମା ଙ୍କ ଏଇ ହୁଣ୍ଡି ଖୋଲିବାକୁ ଦେବୋତ୍ତର କମିଟି ପକ୍ଷରୁ ଦାବି କରାଯାଇଥିବା ବେଳେ ପ୍ରଶାସନର ଏ ପଦକ୍ଷେପକୁ ଓ ପୋଲିସ ପ୍ରଶାସନ,କମିଟି ସଦସ୍ୟ ଙ୍କ ଉଦ୍ୟମ ଓ କଡା ସୁରକ୍ଷା ଯୋଗୁଁ ଦୀର୍ଘ ବର୍ଷ ରୁ ଆଜି ଏ ହୁଣ୍ଡି ସୁରକ୍ଷିତ ଭାବେ ଖୋଲା ଯାଇଥିବାରୁ ସହର ର ବୁଦ୍ଧିଜୀବୀ ପ୍ରଶଂସା କରଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ଙ୍କ ସମେତ ଡେପୁଟି କଲେକ୍ଟର ଅଜିତ ତ୍ରୀପାଠୀ,ଷ୍ଟେନୋ ସଞ୍ଜୀବ ମଲ୍ଲିକ,ଦେବୋତ୍ତର କମିଟି ସଦସ୍ୟ ଶ୍ରୀବତ୍ସ ମଲ୍ଲିକ,ବୈକୁଣ୍ଠ ଶତପଥି,ମୁନା ତ୍ରୀପାଠୀ,ଦେବୋତ୍ତର ମ୍ୟାନେଜର ଉପ ଜିଲ୍ଲାପାଳ ଅଫିସ୍ କର୍ମଚାରୀ ସାନନ୍ଦ ସାହୁ,ଉପ ରଚନା ମିଶ୍ର,ନୀତୁ ରାଣୀ ମେହେର,ସିପୁନ ଦାଶ,ଜିତେନ୍ ନାଏକ,ମନ୍ଦୀର ପୂଜକ ଅଜିତ୍ ପୁଝାରୀ,ଅଚ୍ୟୁତ ପୁଝାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l
Recent Comments