ଖୋର୍ଦ୍ଧା,୬/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ )ସାରା ଦେଶରେ ଡିସେମ୍ବର ୬ତାରିଖରେ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ।ସେହିପରି ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଗୃହରକ୍ଷୀ ବାହିନୀ ପକ୍ଷରୁ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ୬୨ ତମ ବାର୍ଷିକ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଏସ୍.ପି IPS ସାଗରିକା ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୃହରକ୍ଷୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଗୃହରକ୍ଷୀଙ୍କ ଉଦ୍ଦେଶ୍ୟରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରେରିତ ପତ୍ରକୁ ପାଠ କରିଥିଲେ।ସେହିପରି ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ମତ ପୋଷଣ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଏସ୍.ପି ଶ୍ରୀ ମୁର୍ମୁ ଏବଂ ସଦର ଏସ.ଡି.ପି.ଓ ଅନିଲ ମହାନ୍ତି ପ୍ରମୁଖଙ୍କ ଯୋଗଦେଇ ଗୃହରଖିଙ୍କ ଉଦ୍ୟେଶ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀମାନଙ୍କ ସହିତ ପୋଲିସ ବିଭାଗର ଏସ ଆଇ,ଏ.ଏସ.ଆଇ,କନେଷ୍ଟବଳ,ହୋମଗାର୍ଡ ପ୍ରମୁଖ ସାମିଲ ହୋଇ ପ୍ୟାରେଟ ପ୍ରଦର୍ଶନ କରିଥିଲେ।
Recent Comments