logo
add image
 ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ।

ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ।

ବଲାଙ୍ଗିର,୧୨/୧୨/୨୦୨୪(ଆଧାର ମିଡ଼ିଆ)ଆଜି ଅପରାହ୍ନରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଫାଇଲେରିଆ ନିରାକରଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାର ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲାରେ ଆଗାମୀ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯକ୍ରମ କରାଯିବ।ଏହି ସମୟ ମଧ୍ୟରେ ଜିଲ୍ଲାର ୧୩ ଲକ୍ଷ ୪୯ ହଜାର ୪୧ ଜଣଙ୍କୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଔଷଧ ପ୍ରଦାନ କରାଯିବ।ଏଥି ସକାଶେ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ଏବଂ ସୁପରଭାଇଜର ଙ୍କୁ ନିୟୋଜିତ କରାଯିବ।ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ନିଜ ତତ୍ଵାବଧାନରେ ନିଜ ସମ୍ମୁଖରେ ଔଷଧ ଖୁଆଇବେ।ଗର୍ଭବତୀ ମହିଳା ,୨ ବର୍ଷରୁ କମ ବଯସର ଶିଶୁ ଓ ଗୁରୁତର ରୋଗୀ ଙ୍କୁ ଏହି ବଟିକା ଦିଆଯିବାନାହିଁ।ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ।ଡି॰ ଇ॰ ସି,ଆଲବେଣ୍ଡାଜଲ,ଆଇଭରମେକଟିନ ବଟିକା ଓ କୃମିନାଶକ ବଟିକା ନିୟୋଜିତ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ପରିବାର ର ସଦସ୍ୟ ସଦସ୍ୟା ମାନଙ୍କୁ ବୟସ ଅନୁସାରେ ଏହି ବଟିକା ଖୁଆଇବେ।ଏହି ଔଷଧ ସେବନ ଦ୍ଵାରା ଶରୀର ଭିତରେ ଥିବା ମାଇକ୍ରୋ ଫାଇଲେରିଆ ପରଭୋଜୀ ସମ୍ପୂର୍ଣ ଭାବେ ମରିଯାଆନ୍ତି ଏବଂ ବଡ ପାରାସାଇଟ ମାନେ ନିସ୍ତେଜ ହୋଇଯାଆନ୍ତି ତଥା ଲୋକମାନେ ଭବିଷ୍ୟତରେ ଫାଇଲେରିଆ ରୋଗରୁ ସମ୍ପୂର୍ଣ ଆରୋଗ୍ୟ ଲାଭ କରନ୍ତି  ଏବଂ ଏହି ଔଷଧ ସମ୍ପୂର୍ଣ ନିରାପଦ ଅଟେ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଥିଲେ।ଏ ସମ୍ପର୍କରେ ଜିଲ୍ଲାରେ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ପ୍ରଦାନ,ରାତ୍ରିକାଳୀନ ରକ୍ତ ନମୁନା ସର୍ଭେ,ବ୍ଲକ ସ୍ତରୀୟ ସମନ୍ଵୟ ବୈଠକ ଏବଂ ମାଇକ୍ରୋପ୍ଲାନ ସମ୍ପୂର୍ଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ।ସଚେତନତା ନିମନ୍ତେ ଏ ସମ୍ପର୍କିତ ଲିଫଳେଟ ବଣ୍ଟନ ଓ ବିଦ୍ୟାଳୟ ଗୁଡିକରେ ସଚେତନତା କାର୍ଯକ୍ରମ କରାଯିବ ବୋଲି ସେ ପ୍ରକାଶ କରିଥିଲେ।ଜିଲ୍ଲାପାଳ ଶିକ୍ଷା,ସୂଚନା,ଯୋଗାଯୋଗ ଉପଯୋଗ କରି ସ୍ଥାନୀୟ ଲୋକ ପ୍ରତିନିଧି,ଅଧିକାରୀଙ୍କ ପ୍ରଦର୍ଶିତ ଭିଡିଓ ବାର୍ତ୍ତା କରି ସଚେତନ କରିବାକୁ କହିଥିଲେ।ସହରାଞ୍ଚଳରେ ଏହାର ପ୍ରଚାର ପ୍ରସାର ଅଧିକ ହେବା ସହ ଯେପରି କେହି ଏହି ଔଷଧ ଖାଇବାକୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦାୟିତ୍ଵବାନ ହେବା ସହ ସମସ୍ତ ବିଭାଗ ମିଳିତ ହୋଇ କାମ କଲେ ଏଥିରେ ଜିଲ୍ଲା କୁ ମିଳିଥିବା ଟାର୍ଗେଟକୁ ନିଶ୍ଚିତ ସଫଳତାର ସହ ସମାପନ କରିହେବ।ଆଜିର ଏହି ସମ୍ମିଳନୀ ରେ ଅତିରିକ୍ତ  ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ସୁଦ୍ଧା ବାର୍ଳା,ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ,ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯକ୍ରମର ଜିଲ୍ଲା ସଂଯୋଜକ ସୁରେଶ ସ୍ଵାଇଁ,ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରିତାଞ୍ଜାଳୀ ମିଶ୍ର,ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ପ୍ରଫୁଲ କୁଜୂର,ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ ମିଶ୍ର,ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ ।
 

Recent Comments

Leave Comments

Top