logo
add image
 ଚତୁର୍ଥ ନୁହେଁ ଗଣମାଧ୍ୟମ ହେଉଛି ସମାଜର ମୁଖ୍ୟ ସ୍ତମ୍ବ ତାରା ପ୍ରସାଦ ମତ ଦେଇଛନ୍ତି।ଜୟପୁରରେ ଏସୟୁଜେର ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ।

ଚତୁର୍ଥ ନୁହେଁ ଗଣମାଧ୍ୟମ ହେଉଛି ସମାଜର ମୁଖ୍ୟ ସ୍ତମ୍ବ ତାରା ପ୍ରସାଦ ମତ ଦେଇଛନ୍ତି।ଜୟପୁରରେ ଏସୟୁଜେର ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ।

ଜୟପୁର,୮/୧୨/୨୦୨୪(ଆଧାର ମିଡ଼ିଆ)ସାମ୍ବାଦିକ ମାନଙ୍କ ସେବା ନିଷ୍ଠା ଓ କଠିନ ପରିଶ୍ରମର  ତୁଳନା ନାହିଁ।ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ସେମାନେ ଜୀବନ କୁ ବାଜି ଲଗାଇ ଖବର ପରିବେଷଣ କରିବାକୁ ଆଗେଇ ଆସିଥାନ୍ତି।ସାମ୍ବାଦିକ ଜଗତ ବା ଗଣମାଧ୍ୟମ ଯଦି ନୀରବ ରହିବ ତେବେ ଆମ ବ୍ୟବସ୍ଥା ଭୁଷୁଡି ପଡିବ।ସାମ୍ବାଦିକ ମାନଙ୍କୁ  ଚତୁର୍ଥ ସ୍ତମ୍ବ ର ଆଖ୍ୟା ନ ଦେଇ ବରଂ ସେମାନଙ୍କୁ ମୁଖ୍ୟ ସ୍ତମ୍ଭ ଭାବେ ଅଭିହିତ କରାଯାଉ ବୋଲି ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ(ଏସୟୁଜେ)ଓଡ଼ିଶା କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଜୟପୁର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଏବଂ ଏସୟୁଜେ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରେ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ମାନ୍ୟବର କୋରାପୁଟ ବିଧାୟକ ରଘୁରାମ ମାଛ,ବରିଷ୍ଠ ବିଜେପି ନେତା ହିମାଂଶୁ କୁମାର ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ,ଜାତୀୟ ସାମ୍ବାଦିକ ୟୁନିୟନର ସମ୍ପାଦକ ବବୁଲ ସିଂ ପ୍ରମୁଖ ଯୋଗ ଦେଇ ଆଲୋଚ୍ୟ ବିଷୟବସ୍ତୁ"ଭ୍ରମାତ୍ମକ ଖବର ସମ୍ପ୍ରସାରଣ ରୋକିବାରେ ଗଣମାଧ୍ୟମ ର ଭୁମିକା"ଉପରେ ବିସ୍ତୃତ ଆଲୋଚନା କରିଥିଲେ।ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂଗଠନ ର ନିଜସ୍ୱ କଲ୍ୟାଣ ପାଣ୍ଠି କୁ ଆସନ୍ତା ଫେବୃୟାରୀ ମାସ ରୁ କାର୍ଯ୍ୟକାରୀ କରିବା ଏବଂ ପ୍ରଥମ ସପ୍ତାହରେ ରାଜ୍ୟ ବାର୍ଷିକ ଉତ୍ସବ ଆୟୋଜିତ କରିବା ଉପରେ ଆଲୋଚନା ହୋଇଥିଲା।ଶ୍ରୀ ନାୟକ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀ ସାହୁ ପ୍ରାଥମିକ ସୂଚନା ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ସ୍ଵତନ୍ତ୍ର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର,ଉପସଭାପତି ମେହେବୁବ ମହତାବ, ବରିଷ୍ଠ କର୍ମକର୍ତ୍ତା ଶଶୀଭୂଷଣ ଷଡ଼ଙ୍ଗୀ, ମହେନ୍ଦ୍ର କୁମାର ଦର୍ଜୀ,ବିଭୂତି ଭୂଷଣ ପଣ୍ଡା,ହେମାଙ୍ଗ ପ୍ରସାଦ ରାଉଳ,ସନ୍ତୋଷ କୁମାର ମିଶ୍ର,ଟୁନା ଜେନା,ପ୍ରୟାଗରାଜ କର,ଚିନ୍ତାମଣି ପାଢ଼ୀ,ଗଗନ ଶର୍ମା,ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲା ଶାଖା ଗୁଡିକର କର୍ମକର୍ତ୍ତା ମାନେ ଆଲୋଚନା ରେ ଭାଗ ନେଇ ସଂଗଠନ କୁ ସୁଦୃଢ କରିବା ନିମନ୍ତେ ବିଭିନ୍ନ ପ୍ରସ୍ତାବ ମାନ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ବିଦ୍ୟାଧର ଚୌଧୁରୀ,ସାଧାରଣ ସ˚ପାଦକ ତରୁଣ କୁମାର ମହାପାତ୍ର,ଉପ ସଭାପତି ପଦ୍ମନାଭ ହୋତା,ଗୌରୀ ପଟ୍ଟନାୟକ,ଗଜେନ୍ଦ୍ର ସାହୁ, ରମେଶ ସାହୁ,ପ୍ରଶାନ୍ତ କୁମାର ବିଷୋୟୀ,ପବନ ପାଣିଗ୍ରାହୀ, ସତ୍ୟପଟ୍ଟନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
 

Recent Comments

Leave Comments

Top