ଖୋର୍ଦ୍ଧା,୮/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମହୋତ୍ସବ ପଡିଆ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୪ ରବିବାର ସଂଧ୍ୟାରେ ମହା ଆଡ଼ମ୍ବରରେ ଉଦଘାଟିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ଉଦଘାଟକ ତଥା ମହୋତ୍ସର ସଭାପତି ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମହୋତ୍ସବକୁ ଉଦଘାଟନ କରିଥିଲେ।ମହୋତ୍ସବର ସାଧାରଣ ସଭାରେ ଶ୍ରୀମତୀ ପାଢୀଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଇନୀ ଓ ଅବକାରୀ ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନ ଯୋଗଦେଇଥିଲେ।ସେହିପରି ମୁଖ୍ୟ ବକ୍ତା ଭାବେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର,ସମ୍ମାନିତ ଅତିଥିଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ବିଶିଷ୍ଟ ସମାଜସେବୀ ଶିବରାମ ମହାପାତ୍ର,ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ,ବରିଷ୍ଟ ସମାଜସେବୀ ଲକ୍ଷ୍ମଣ ରଣା,ମହୋତ୍ସବ ପ୍ରତିଷ୍ଠାତା ତଥା ସମ୍ପାଦକ ଚିତ୍ତରଞ୍ଜନ,ଆବାହକ ମହୋତ୍ସବ କମିଟି ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ରାଜ ସୁନାଖଳା ଇଷ୍ଟ ଦେବୀ ମା କାଉଁରୀ ଓ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରି ଶୁଭ ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବାହ୍ନରେ ମା କାଉଁରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିରାଟ ପଟୁଆରରେ ମହୋତ୍ସବ କୁ ଆଣି ଆସ୍ଥାନ କରିଥିଲେ।ଏହି ମହୋତ୍ସବ ସ୍ଥାନୀୟ ଲୋକ କଳା, ପରମ୍ପରା,ପ୍ରତିଭା ଆଦି ବିଭିନ୍ନ ବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ରାଜ ସୁନାଖଳା ମହୋତ୍ସବକୁ ସ୍ଥାନୀୟ ସରପଞ୍ଚ ତଥା ପ୍ରତିଷ୍ଠାତା ଚିତ୍ତ ରଞ୍ଜନ ପ୍ରଧାନଙ୍କ ସହ ରାଜ ସୁନାଖଳାର ଯୁବକ,ଗୁଣି ଜ୍ଞାନୀ,ବିଦ୍ୱାନ ମଣ୍ଡଳୀ,ବ୍ୟବସାୟୀ,ସ୍ଥାନୀୟ ଜନ ସାଧାରଣଙ୍କ ସହ ଯୋଗରେ ଷଷ୍ଠ ବର୍ଷରେ ମହୋତ୍ସବ ପଦାର୍ପଣ କରିଛି।ବିଭିନ ପ୍ରକାର ର ଖାଦ୍ୟ ଷ୍ଟଲ୍,ଘରୋଇ ଉପକରଣ,ଦୋଳି ଆଦିର ଦୋକାନ ମାନ ଉତ୍ସବକୁ ଅତି ରଞ୍ଜିତ କରିବା ସହ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଛି।ଆରମ୍ଭରୁ ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ଓ ଜ୍ଞାନ ପରୀକ୍ଷା ନିମିତ୍ତ ଶିକ୍ଷକ ବଲଭ ପ୍ରଧାନଙ୍କ ପ୍ରାୟୋଜିତ ବିଭିନ୍ନ ପ୍ରଶ୍ନ ର ସଠିକ୍ ଉତ୍ତର ପ୍ରଦାନକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ପରେ ଗବଡିହ ଶାସନ ମହାବୀର ଆଶ୍ରମର ବାବା ଦୀନବନ୍ଧୁ ଦାସଙ୍କ ଦ୍ଵାରା ହନୁମାନ ଚାଳିଶା ପାଠ କରାଯାଇ ଥିଲା।ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଖଞ୍ଜଣି ବାଦ୍ୟ ସହ ଭଜନ କୀର୍ତ୍ତନ,ପାଲା, ତାରେଶ୍ୱର୍ ଦେବ ନାମ ସଙ୍କୀର୍ତ୍ତନ ଦଳ ବଙ୍କୋଇ,ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ କୁଳାସର,ଆଦର୍ଶ ବିଦ୍ୟାଳୟ ପିଚୁକୁଳି ଆଦି ଅନେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଗୀତ,କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।
Recent Comments