ଖୋର୍ଦ୍ଧା,୯/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଦେଶର ଅର୍ଦ୍ଧଶତାବ୍ଦୀର ଘଟଣାପ୍ରବାହ ସହ ଓତଃପ୍ରୋତ ଭାବେ ଜଡ଼ିତ ରହି ପଣ୍ଡିତ ନାରାୟଣ ମିଶ୍ର ସ୍ବାଧୀନତା ସଂଗ୍ରାମ ପାଇଁ ନିଜକୁ ଉତ୍ସର୍ଗ କରିଥିରେ ବୋଲି ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼.ଅଶୋକକୁମାର ନନ୍ଦ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର ଜୟନ୍ତୀ ସମାରୋହରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।ସେହିପରି ସଂଗ୍ରାମୀ ନାରାୟଣଙ୍କ ଜନ୍ମସ୍ଥାନ ବାଜପୁର ଆଗାମୀ ଦିନରେ ସ୍ବାଧୀନତା ସଂଗ୍ରାମର ସ୍ମାରକ ହେଉ ବୋଲି ଡ଼.ନନ୍ଦ କହିଥିଲେ। ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗୀତାଭବନରେ ଆୟୋଜିତ ଏହି ସମାରୋହରେ କ୍ୟାପିଟାଲ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼.ବୃନ୍ଦାବନ ପଣ୍ଡା ଅଧ୍ୟକ୍ଷତା କରିଥିଲେ।ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିବବ୍ରତ ଚମ୍ପତ୍ତିରାୟ ଯୋଗଦେଇ ପଣ୍ଡିତ ନାରାୟଣଙ୍କ ବିଭିନ୍ନ ଦିଗର ଅବତାରଣା କରିଥିଲେ।ଏହାଛଡ଼ା ପଣ୍ଡିତ ନାରାୟଣଙ୍କ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଗୀତା ଗବେଷଣା ପରିଷଦର ସମ୍ପାଦକ ଶକ୍ତିଶଙ୍କର ମିଶ୍ର ଯୋଗଦେଇ ବାଜପୁର ଗ୍ରାମରେ ଜନ୍ମିତ ପଣ୍ଡିତ ନାରାୟଣ ସ୍ବାଧୀନତା ସଂଗ୍ରାମୀ ଗୋକୁଳମୋହନ ରାୟଚୁଡ଼ାମଣି,କୁନ୍ଦନ ରାମ୍ ପ୍ରମୁଖଙ୍କ ସହ ମିଶି ଦେଶର ସ୍ବାଧୀନତା ପାଇଁ ଜୀବନ ଦାନ କରିଥିଲେ ବୋଲି କହିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମାଜସେବୀ ଅକ୍ଷୟକୁମାର ଦାଶ ଜୟୀ ରାଜଗୁରୁ ସ୍ମୃତିସଂସଦ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିବାରୁ ସେ ବାଜପୁର ମାଟିର ଜଣେ ବ୍ୟକ୍ତି ଭାବେ ଗର୍ବିତ ବୋଲି କହିଥିଲେ।ସମ୍ମାନିତ ବକ୍ତା ଭାବେ ବରିଷ୍ଠ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ ଓ ବରିଷ୍ଠ ଆଇନଜୀବୀ ନୃସିଂହପ୍ରସାଦ ମିଶ୍ର ଯୋଗଦେଇ ସଂଗ୍ରାମୀ ନାରାୟଣ ଏବେ ବି ଅବହେଳିତ ଥିବା ଦର୍ଶାଇଥିଲେ।ସଂସଦର ସଭାପତି ତଥା ଶିକ୍ଷାବିତ୍ ଡଃ ଧୀରେନ୍ଦ୍ର ନନ୍ଦ ଆଗାମୀ ଦିନରେ ବାଜପୁରରେ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ କରାଯିବ ବୋଲି ସୂଚନା ଦେଇଥିଲେ।ଶେଷରେ ଉଲ୍ଲେଖନୀୟ ପ୍ରତିଭା ପାଇଁ ବାଜପୁରର ବିଶିଷ୍ଟ ଶିକ୍ଷାବିତ୍ ଜୟଦେବ ମିଶ୍ରଙ୍କୁ ସଂଗ୍ରାମୀ ନାରାୟଣ ସମ୍ମାନ ପ୍ରଦାନ କରାଯାଇଥିଲା।ବରିଷ୍ଠ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼.ପ୍ରଫୁଲ୍ଲକୁମାର ସାମନ୍ତରାୟ,ସମବାୟବିିତ୍ ବିମଳଚନ୍ଦ୍ର ଷଡ଼ଙ୍ଗୀ,ବିଜେପି ନେତା ରାଜୀବଲୋଚନ ଷଡ଼ଙ୍ଗୀ,ହାଜି ନସିମୁଦ୍ଦିନ ଖାନ୍,ପ୍ରଫୁଲ୍ଲଚନ୍ଦ୍ର ଦାଶ, ମୁରଲୀଧର ବେହେରା, ବିଜୟକୁମାର ସାହୁ,ବରିଷ୍ଠ ସାମ୍ବାଦିକ ସନତ ପଟ୍ଟନାୟକ ଓ ଇତିଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
Recent Comments