logo
add image
ଦିବ୍ୟ ଜୀବନ ସଂଘ ଗହମ ଠାରେ ସପ୍ତମ ବାର୍ଷିକ ସାଧନ ଓ ଆଧ୍ୟାତ୍ମିକ ସଂମ୍ମିଳନୀ।

ଦିବ୍ୟ ଜୀବନ ସଂଘ ଗହମ ଠାରେ ସପ୍ତମ ବାର୍ଷିକ ସାଧନ ଓ ଆଧ୍ୟାତ୍ମିକ ସଂମ୍ମିଳନୀ।

କଣିହାଁ,୯/୧୨/୨୦୨୪(ଆଧାର ମିଡ଼ିଆ)ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସ୍ୱାମୀ ଶିବାନନ୍ଦ ସେବା ଆଶ୍ରମ,ଗହମ ଠାରେ ୭ମ ବାର୍ଷିକୀ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀ ଆରମ୍ଭ ହୋଇଛି।ଶୁକ୍ରବାର ଶୁଭାରମ୍ଭ ଦିବସରେ ଆୟୋଜିତ ଆଧ୍ୟାତ୍ମିକ ସମ୍ମିଳନୀରେ ଉଦଘାଟକ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେଇ ସୁସ୍ଥ ସମାଜ ଗଠନ ନିମିତ୍ତ ଛାତ୍ରଛାତ୍ରୀ ଓ ଯୁବ ପିଢୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ରହିଛି ବୋଲି  ମତପୋଷଣ କରିଥିଲେ।ଋଷିକେଶ ଆଶ୍ରମର ଟ୍ରଷ୍ଟି ସ୍ଵାମୀ ତ୍ୟାଗବୈରାଗ୍ୟନନ୍ଦ ସରସ୍ୱତୀ ମହାରାଜଙ୍କ ସଭାପତିତ୍ବରେ ଆୟୋଜିତ ସମ୍ମୀଳନୀରେ ମୁଖ୍ୟ ଅତିଥି ଭାବରେ ଋଷିକେଶ ଆଶ୍ରମ ସଂପାଦକ ସ୍ବାମୀ ଧର୍ମନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ,ସମ୍ମାନିତ ଅତିଥିଭାବରେ ଦିବ୍ୟଜୀବନସଂଘ,ଓଡିଶାର ସ୍ଵାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ,ଓଡିଶା ଶିବାନନ୍ଦ ପରିବାର ପ୍ରତିଷ୍ଠାତା ସ୍ଵାମୀ ସ୍ୱରୁପାନନ୍ଦ ସରସ୍ୱତୀ ମହାରାଜ,ଅନୁଗୋଳ ଚିନ୍ମୟ ମିଶନ ମୁଖ୍ୟ ସ୍ଵାମୀ ଆତ୍ମିକାନନ୍ଦ ସରସ୍ଵତୀ ମାତାଜୀ,ପୁରୀ ଭାଗବତ ଆଶ୍ରମ ସଂପାଦକ ବାବାଜୀ ବ୍ରଜବନ୍ଧୁ ଦାସ ମହାରାଜ,ବ୍ରହ୍ମଚାରୀ ଶିବପ୍ରାସାଦ ସତ୍ୟ ଚୈତନ୍ୟ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବା ପାଇଁ  ଆହ୍ୱାନ କରିଥିଲେ।ଆୟୋଜିତ ସଭାରେ ଗୁରୁଭାଇ ଦିଲ୍ଲିପ କୁମାର ଓତା ମଞ୍ଚ ସଂଯୋଜନା କରିଥିଲେ।ସମ୍ମିଳନୀରେ ଗଜପତି ଓ ଅନ୍ୟ ଅତିଥି ଙ୍କ ଦ୍ୱାରା ପୁର୍ବରୁ କରାଯାଇଥିବା ଗୀତା ପ୍ରତିଯୋଗିତାରେ ରାଜ୍ୟର ଶ୍ରେଷ୍ଠ ୧୦ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରଯାଇଥିଲା।ସଭା ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ଦିବ୍ୟ ଜୀବନ ପତାକା ଉତ୍ତୋଳନ କରଯାଇଥିଲା ଓ ପରେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା।ଦିବ୍ୟଜୀବନ ସଂଘ ସ୍ୱାମୀ ଶିବାନନ୍ଦ ସେବା ଆଶ୍ରମ ଚାରିଟେବୁଲ ସୋସାଇଟ,ଗହମ ଆନୁକୂଲ୍ୟରେ  ଆୟୋଜିତ ଉକ୍ତ ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ ବୋଲି ଦିବ୍ୟ ଜୀବନ ସଂଘ ପକ୍ଷରୁ ପ୍ରକାଶ।
 

Recent Comments

Leave Comments

Top