ଢେଙ୍କାନାଳ/ହିନ୍ଦୋଳ,୧୦/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରଦ୍ୟୋତ କୁମାର ବିଶ୍ୱାଳ)ଜିଲ୍ଲାର ପ୍ରଥମ ପ୍ରସିଦ୍ଧ ପୌଷ ମହୋତ୍ସବ ଓ ପୌଷପୂର୍ଣ୍ଣିମା ଯାତ୍ରା ନିମନ୍ତେ ଶାନ୍ତି କମିଟିର ବୈଠକ ଆଜି ବାଲିମି ଥାନା ପରିସର ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଗ୍ରାମର ଅନେକ ଲୋକ ଯୋଗ ଦେଇଥିଲେ।ସୂଚନା ଯୋଗ୍ୟ ଦୀର୍ଘ ୫ ବର୍ଷ ଧରି ଝାଡ଼ବନ୍ଧ ଗ୍ରାମରେ ଗୋଷ୍ଠୀ ବିବାଦ ଯୋଗୁଁ ମା କତାମାଶୁଣିଙ୍କ ଯାତ୍ରା ବନ୍ଦ ରହିଥିଲା।ଫଳରେ ଗ୍ରାମର ଯୁବଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ରହିଥିଲା।ଗ୍ରାମରେ ଶାନ୍ତି ଫେରାଇ ଆଣିବା ଏବଂ ପୌଷ ମହୋତ୍ସବ ଯାତ୍ରା ପୁନଃ ଧୂମଧାମରେ କରିବା ପାଇଁ ଗ୍ରାମର ସମସ୍ତ ଗୋଷ୍ଠୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।ଯାତ୍ରାକୁ ଦୃଷ୍ଟିରେ ରଖି ବ୍ଳକ ପ୍ରଶାସନ ୯ ତାରିଖ ସୋମବାର ଦିନ ବାଲିମି ଥାନାର ଅଭ୍ୟର୍ଥନା ଗୃହରେ ଏକ ଶାନ୍ତି ବୈଠକ(କମିଟି ମେମ୍ବର)ଡାକିଥିଲେ।ଏହି ବୈଠକରେ ହିନ୍ଦୋଳ ତହସିଲଦାର ଶ୍ରୀଯୁକ୍ତ ଦିଲ୍ଲୀପ ସେଠୀ,ବାଲିମି ଥାନା ଅଧିକାରୀ ଶ୍ରୀଯୁକ୍ତ ଅମିତ ବିଶ୍ୱାଳ,ଗାଲପଡ଼ା ସରପଞ୍ଚ ଶ୍ରୀମତୀ ନର୍ମଦା ସେଠୀ,ଝାଡ଼ବନ୍ଧ ଯୁବ ଗୋଷ୍ଠୀ ସଭାପତି ସୁଶାନ୍ତ ସେନାପତି,ଗ୍ରାମର ଦୁଇ ଗୋଷ୍ଠୀର ସଭାପତି ଅଥୟ ସାହୁ ତଥା ଅନ୍ତର୍ଯ୍ୟାମୀ ସାହୁଙ୍କ ସହ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।ନିରପେକ୍ଷ ଭାବରେ ଉଭୟ ପକ୍ଷର ସମସ୍ତ କଥା ଶୁଣି ପ୍ରଶାସନ ପକ୍ଷରୁ ଯୁବଗୋଷ୍ଠୀ ମାନେ ମାଙ୍କ ପୌଷମହୋତ୍ସବ ଓ ଯାତ୍ରାକୁ ଏକତ୍ରିତ ହୋଇ କରିବାକୁ ପରାମର୍ଶ ଦେଇଥିଲେ।ଏଥିରେ ଗୋଟିଏ ଗୋଷ୍ଠୀ ସମ୍ମତି ପ୍ରକାଶ କରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଗ୍ରାମ୍ୟ ଯାତ୍ରାକୁ ବିରୋଧ କରି ଅଧାରୁ ପ୍ରଶାସନିକ ଅଧିକାରୀଙ୍କ କଥାକୁ ବେଖାତିରି କରି ପଳାଇ ଆସିଥିଲେ।ଥାନା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱାଳ ବିଦ୍ରୋହୀ ଗୋଷ୍ଠୀଙ୍କୁ ସହଯୋଗ କରୁଥିବାରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ସାମୟିକ ଭାବେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା।ଯାହାକି ପରବର୍ତ୍ତୀ ସମୟରେ ଗୋଷ୍ଠୀ କନ୍ଦଳକୁ ଖୋରାକ ଯୋଗେଇ ପାରେ ବୋଲି ବୁଦ୍ଧିଜୀବୀ ମାନେ କୁହାକୁହି ହେଉଥିବା ଯାହା ଆମ ପ୍ରତିନିଧିଙ୍କ ଠାରୁ ଶୁଣିବାକୁ ମିଳିଥିଲା।ଯେହେତୁ ଗ୍ରାମର ୯୦ ପ୍ରତିଶତ ଲୋକ ଗ୍ରାମରେ ଯାତ୍ରା ପାଇଁ ଇଛୁକ ଥିବାରୁ ଯେମିତି ହେଲେ ବିଦ୍ରୋହୀ ଗୋଷ୍ଠୀଙ୍କୁ ବୁଝାଯାଇ ସାମୂହିକ ଭାବେ ପୌଷ ମହୋତ୍ସବ ଯାତ୍ରା କରାଯିବ ବୋଲି ଯୁବ ଗୋଷ୍ଠୀଙ୍କୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇ ଥିଲା। ଦେଖାଯାଉ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଗ୍ରାମରେ ଶାନ୍ତି ଶୃଙ୍ଖଳା ଫେରିଆସୁଛି ନା କୁଚକ୍ରୀ ମାନଙ୍କର ଦବଦବା ବଡୁଛି ତାହା ଦେଖିବାକୁ ବାକି ରହିଲା।
Recent Comments