logo
add image
 ରେଢ଼ାଖୋଲରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଅନୁଷ୍ଠିତ।

ରେଢ଼ାଖୋଲରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଅନୁଷ୍ଠିତ।

ରେଢ଼ାଖୋଲ,୯/୧୨/୨୦୨୪(ଆଧାର ମିଡ଼ିଆ)ଆଜି ରେଢ଼ାଖୋଲ ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ଭବନ ଠାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ଜନଶୁଣାଣୀରେ ମୋଟ ୪୯ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥିମଧ୍ୟରୁ ୧୩ ଗୋଟି ସାମୂହିକ ରହିଛି।ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିରେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂଚାରୁ କୁମାର ବଳ ନିର୍ଦ୍ଦେଶ ଦେଇଛନ୍ତି।ଏହା ଛଡା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପୋର୍ଟାଲର ରହିଥିବା ବିଭିନ୍ନ ଅଭିଯୋଗ ଗୁଡିକୁ ମଧ୍ୟ ତୁରନ୍ତ ସମାଧାନ କରିବା ଉପରେ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଅଭିଯୋଗ ଶୁଣାଣୀ ଆରମ୍ଭ ପୂର୍ବରୁ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ହିତାଧିକାରୀଙ୍କୁ ଟ୍ରାଇସାଇକେଲ, ଭତ୍ତା ଏବଂ ଆଶାବାଡ଼ି ବଣ୍ଟନ କରିଥିଲେ।ଆଜିର ଏହି ଅଭିଯୋଗ ଶୁଣାଣୀରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅଜୟ ମିଶ୍ର,ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଂଜନ ମହାନ୍ତ,ବ୍ଲକ ଅଧ୍ୟଖ ପ୍ରଦୀପ ପ୍ରଧାନ,ବିଡିଓ ମନୋଜ କୁମାର ମେହେର,ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ,ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁରଲୀଧର ବେହେରା,ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ବିରଞ୍ଚି ଧରୁଆ ସମେତ ସମସ୍ତ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
 

Recent Comments

Leave Comments

Top