logo
add image
ଭଟଲି ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ଭଟଲି ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ଭଟଲି/ବରଗଡ଼/୧୦/୧୨/୨୦୨୪(ଆଧାର ମିଡ଼ିଆ): ଭଟଲି ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଏହି ଶିବିର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଶିଷ ନାଏକ ଏବଂ ନମିତା ପରିଡ଼ାଙ୍କ ତତତ୍ଵାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ଅସ୍ଥିଶୈଲ୍ୟ ବିଭାଗରୁ ଡ଼ା ଦୟାନନ୍ଦ ଗୋପାଳ, କାନ, ନାକ ଏବଂ ଗଲାର ଚିକିତ୍ସକ ଡ଼ା ପ୍ରଭାତ କୁମାର ରାଉଳ, ଚକ୍ଷୁ ବିଶେଷଜ୍ଞ ରଶ୍ମୀରେଖା ଦାଶ, ଭେଷଜ ବିଶେଷଜ୍ଞ ଡ଼ା ରାମ ପ୍ରାସାଦ ସାହୁ ଯୋଗଦେଇ ଭିନ୍ନକ୍ଷମଙ୍କ ପରୀକ୍ଷା କରିଥିଲେ। ସହକାରୀ ଭାବରେ ନେପାଳ ଦୁଆନ, ସନାତନ ସାହୁ, ନିତ୍ୟାନନ୍ଦ ମହାପାତ୍ର, ଗୀତାଞ୍ଜଳି ବାରିକ, ସରୋଜ କୁମାର ପାଢ଼ୀ, ସଚ୍ଚିଦାନନ୍ଦ ଖୁଣ୍ଟିଆ, ଉମାକାନ୍ତ ସ୍ୱାଇଁ, ଭବାନୀ ମୁଦୁଲି ସହଯୋଗ କରିଥିଲେ। ଏହି ଶିବିରରେ ଭଟଲି ବ୍ଲକର ସମୁଦାୟ ୨୯୭ ଜଣ ଭିନ୍ନକ୍ଷମଙ୍କୁ ଅଦ୍ୱିତୀୟ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଅସ୍ଥିଶଲ୍ୟ ବିଭାଗରେ ୬୦, ଚକ୍ଷୁ ବିଭାଗରେ ୧୭,କାନ, ନାକ ଏବଂ ଗଲାର ୭୪, ମାନସିକ ରୋଗ ୨୬, ଭେଷଜ ବିଭାଗରେ ୭ଜଣଙ୍କୁ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୨୦ଜଣଙ୍କୁ ବସ ପାସ ଏବଂ ୬୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରିବା ସହିତ ୬ଜଣଙ୍କୁ ଡି ଆର ଆଇ ଲୋନ ପ୍ରଦାନ କରିବା ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋସ୍ନାରାଣୀ ଗଡ଼ତିଆ, କମ୍ପ୍ୟୁଟର କାର୍ଯ୍ୟକ୍ରମ ମୁଖ୍ୟ ଗିରିଧାରୀ ଭୋଇ ପ୍ରମୁଖଙ୍କ ସମେତ ବ୍ଲକର କର୍ମଚାରୀ ଏବଂ ଭଟଲି ବ୍ଲକ ଦିବ୍ୟାଙ୍ଗ ସଙ୍ଘର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

 

Recent Comments

Leave Comments

Top