logo
add image
ଭଟଲି ବ୍ଲକ ଡୁମାଲପାଲି ଏବଂ ଖରମୁଣ୍ଡା ପଞ୍ଚାୟତରେ ସାମାଜିକ ସମୀକ୍ଷା

ଭଟଲି ବ୍ଲକ ଡୁମାଲପାଲି ଏବଂ ଖରମୁଣ୍ଡା ପଞ୍ଚାୟତରେ ସାମାଜିକ ସମୀକ୍ଷା

ଭଟଲି/ବରଗଡ଼/୧୦/୧୨/୨୦୨୪(ଆଧାର ମିଡ଼ିଆ): ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ଗ୍ରାମସଭା ଭଟଲି ବ୍ଲକ ଅନ୍ତର୍ଗତ ଡୁମାଲପାଲି ଏବଂ ଖରମୁଣ୍ଡା ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧ ଅପ୍ରେଲ ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ପ୍ରକଳ୍ପରେ ବ୍ୟବହୃତ କାଗଜପତ୍ର ଯାଞ୍ଚ ତଥା ଗୃହ ପରିଦର୍ଶନ ପରେ ବାହାରିଥିବା ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ ଗ୍ରାମ୍ୟ ସମ୍ବଳ କର୍ମୀ ତଥା ଜନସାଧାରଣଙ୍କ ଦ୍ଵାରା ଗ୍ରାମସଭାରେ ଉପସ୍ଥିତ ହିତାଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇ ନିଷ୍ପତ୍ତି ନିଆଯାଇଥିଲା l ଗୋଷ୍ଠୀ ସାମାଜିକ ସମୀକ୍ଷକ ମାଧବ ପ୍ରସାଦ ସାହୁ ଡୁମାଲପାଲି ଗ୍ରାମ ପଞ୍ଚାୟତ ଗ୍ରାମସଭାରେ ଯୋଗଦେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଗ୍ରାମସଭାରେ ଡୁମାଲପାଲି ସରପଞ୍ଚ ତପସ୍ଵନୀ ବଢ଼େଇ, ଖରମୁଣ୍ଡା ସରପଞ୍ଚ କୁମୁଦିନୀ ପଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସେଠ, ସନ୍ୟାସ ସେଠ,ଏଡିଇଓ ଯୁଧିଷ୍ଠିର ପଟେଲ, ଗ୍ରାମ୍ ରୋଜଗାର ସହାୟକ ଜ୍ୟୋତି ଝାଙ୍କର, ଗ୍ରାମ୍ୟ ସମ୍ବଳ କର୍ମୀ, ଶ୍ରମିକ, ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ତଥା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତଥିଲେ l ରେକର୍ଡ ପତ୍ର ଯାଞ୍ଚ ସମୟରେ ବାହାରିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାପାଇଁ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହେଲା l ଗ୍ରାମ୍ୟ ସମ୍ବଳ କର୍ମୀ ସାବିତ୍ରୀ ସା, ଅରୁଣା ସେଠ୍, ରେଖା ମଲ୍ଲିକ ଏବଂ ସୁଷମା ବଣିଆଁ ଯୋଗଦେଇ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Recent Comments

Leave Comments

Top