logo
add image
 ରାଜସୁନାଖଳା ମହୋତ୍ସବ ତୃତୀୟ ସନ୍ଧ୍ୟା:ମନ ମୋହିଲା ଆସାମର ବିହୁନୃତ୍ୟ।

ରାଜସୁନାଖଳା ମହୋତ୍ସବ ତୃତୀୟ ସନ୍ଧ୍ୟା:ମନ ମୋହିଲା ଆସାମର ବିହୁନୃତ୍ୟ।

ଖୋର୍ଦ୍ଧା,୧୧/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ରାଜସୁନାଖଳା ମହୋତ୍ସବ‘କାଉଁରୀ-୨୦୨୪’ ଷଷ୍ଠ ସଂସ୍କରଣର ତୃତୀୟ ସନ୍ଧ୍ୟା ବେଶ୍ ମନୋମୁଗ୍ଧକର ଥିଲା।ଏହି ସୀତୁଆ ସନ୍ଧ୍ୟାରେ ମହୋତ୍ସବ ପଡିଆରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା।ସରକାରୀ ସିଟିସ୍କୁଲ ପଡିଆରେ ଏହି ମହୋତ୍ସବର କାର୍ଯ୍ୟକ୍ରମ ଦିବା ୩ଘଟିକାରୁ କୁଇଜ୍ କାର୍ଯ୍ୟକ୍ରମ ପରେ ଆଞ୍ଚଳିକ ସଂସା୍‌କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା।ଏହାପରେ ସନ୍ଧ୍ୟା ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ସଭା, ପ୍ରତିଭାସମ୍ବର୍ଦ୍ଧନା ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା।ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ପ୍ରାଣପ୍ରତିଷ୍ଠାତା ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ବଡକୁମାରି ସରପଞ୍ଚ ତଥା ବିଜେଡି ଜିଲ୍ଲା ଉପଶାଧପତି ପ୍ରଫୁଲ୍ଲ କୁମାର ପ୍ରଧାନ,ରଣପୁର ବ୍ଲକ ଅଧ୍ୟକ୍ଷ ନିର୍ମଳା ବେହେରା,ରଣପୁର ଏନଏ ସି ଅଧ୍ୟକ୍ଷ ରଙ୍ଗିନ ମହାନ୍ତି,ଡାକ୍ତର ବସନ୍ତ କୁମାର ସାହୁ, ଶିଳ୍ପପତି ପ୍ରକାଶ ଚନ୍ଦ୍ର ମାର୍ଥା,ସମାଜସେବୀ ଜଗନ କୁମାର ନାୟକ, ସମାଜସେବୀ ବ୍ରଜ ବନ୍ଧୁ ସୁବୁଦ୍ଧି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ବୋଲଗଡ-ବେଗୁନିଆ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ବ୍ରତୀଥିବା ଯୁବନେତା ଶୁଭକାନ୍ତ ମହାପାତ୍ର,ଅସରଳା ସରପଞ୍ଚ ସୁଭଲକ୍ଷ୍ମି ସୁନ୍ଦରାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥରଲା।ମହୋତ୍ସବର ସମ୍ପାଦକ ଜୟନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ସଭାପତି ଶ୍ରୀ ପ୍ରଧାନଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା।ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପୁରୁଲିଆ ଛଉ,ଓଡିଶୀ,ଚମ୍ପୁ,ଯୋପିଶଙ୍ଖ, ରେକର୍ଡ ଡ୍ୟାନ୍ସ,ସୁରସଙ୍ଗୀତ ଓ ପଶ୍ଚିମ ଓଡିଶାର ଢୋଲ ମହୁରୀ,ଆସାମର ବିହୁ ପରିବେଷିତ ରେ ଦର୍ଶକଙ୍କ ମନ ମୋହିଥିଲା।


 

Recent Comments

Leave Comments

Top