logo
add image
ଛୁଆ ହାତୀର ମୃତଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ।

ଛୁଆ ହାତୀର ମୃତଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ।

ଖୋର୍ଦ୍ଧା,୧୦/୧୨/୨୦୨୪(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ) ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ଅଧିନସ୍ଥ ମୟୁର ଝଲିଆ ପଞ୍ଚାୟତର ବୋରବର ଜଙ୍ଗଲ ନିକଟ ଝରବନ୍ଧ ପାଖରେ ଛୁଆ ହାତୀର ମୃତ ଦେହ ଉଦ୍ଧାର ହୋଇଛି।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ତଦନ୍ତ ଜାରିରଖିଛି।ସୂଚନା ଅନୁଯାୟୀ ଖୋର୍ଦ୍ଧା ବନଖଣ୍ଡ ଅଧିନରେ ବହୁ ଅଞ୍ଚଳ ଜଙ୍ଗଲ ଥିବାରୁ ଦୀର୍ଘଦିନ ହେବ ଏହି ଅଂଚଳରେ ୪୨ ଟିକିଆ ହାତୀ ପଲ ଘୁରୁ ବୁଲି ଉତ୍ପାତ କରୁଥିଲେ।ଗ୍ରାମାଭିମୁଖି ଖିହାତୀପଲ ଗୁଡ଼ିକ ଉପରେ ଅତ୍ୟାଧୁନିକ ମେସିନ ବା ଡ୍ରୋନ କ୍ୟାମେରା ସାହାର୍ଯ୍ୟରେ ବନବିଭାଗ ନଜର ରଖିଥିଲେ।ତେବେ ସୋମବାର ବିଳମ୍ବିତ ରାତିରେ ବିଲକୁ ହାତୀ ପଲ ଧାନ ଖାଇବାକୁ ଆସିଥିବା ବେଳେ କୌଣସି କାରଣରୁ ଛୁଆ ହାତୀଟି ମରି ପଡିଥିବାର ସ୍ଥାନୀୟ ଗ୍ରାମବାସୀ ମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ରଣପୁର ବନ ବିଭାଗ ଓ ଖୋର୍ଦ୍ଧା ଏ ସି ଏଫ ସ୍ଵାତି ମହାନ୍ତି ପହଞ୍ଚି ହାତୀ ଛୁଆକୁ ଜବତ କରିଛନ୍ତି।ମୃତ ହାତୀ ଛୁଆର ବୟସ ମାତ୍ର ୩ ମାସ ହେଵ ବୋଲି ଅନୁମାନ କରିଛନ୍ତି।ମୃତ ହାତୀ ଛୁଆକୁ ଜବତ କରି ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହିତ ମୃତ୍ୟୁର କାରଣ ଖୋଜାଚଳିଛି।

Recent Comments

Leave Comments

Top