logo
add image
ସଂପୁର ରେ ଇଗଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର:୫୭ ୟୁନିଟ୍ ରକ୍ତ ସଂଗ୍ରହ।

ସଂପୁର ରେ ଇଗଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର:୫୭ ୟୁନିଟ୍ ରକ୍ତ ସଂଗ୍ରହ।

ବୋଲଗଡ,୧୪/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକ ର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ର ସଂପୁର ସ୍ଥିତ ସେବା ସମବାୟ ସମିତି ସଭାଗୃହ ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଓ ଶୁଭ ଖବର ଆନୁକୁଲ୍ୟରେ ଇଗଲ କ୍ଲବର କର୍ମକର୍ତ୍ତାଙ୍କ ଦ୍ଵାରା ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଆହ୍ବାନରେ ସମାଜସେବୀ ଶୁଭକାନ୍ତ ମହାପାତ୍ର ଓ ଅନିଲ ବେହେରାଙ୍କ ସଂଯୋଜନା ରେ ଶନିବାର ଦିନ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ସେବା ସମବାୟ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏହାକୁ ବୋଲଗଡ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ରିବନ୍ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜୀବନ ବିନ୍ଦୁ ପରିସରଭୁକ୍ତ ଥିବାରୁ ଏହାର ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀର ପ୍ରମୁଖ ନେତା ଶୁଭକାନ୍ତ ମହାପାତ୍ର ଓ ଅନୀଲ କୁମାର ବେହେରାଙ୍କ ସଂଯୋଜନାରେ ଏହାକୁ ସଫଳତାର ସହ ୫୭ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ୨୫ନଂ ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନଧି ଶୁଭେନ୍ଦ୍ର କୁମାର ସାହୁ,ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା ସଦସ୍ୟ ପ୍ରକାଶ କୁମାର ରାଉତରାୟ,ଇଗଲ କ୍ଲବର ସଭାପତି ସଦାଶିବ ନାୟକ,ସମ୍ପାଦକ ରଶ୍ମି ପ୍ରଧାନ,ସଂପୁର ସେବାସମବାୟ ସମିତିର ସଭାପତି ଭଗବାନ ସ୍ୱାଇଁ, ଖୋର୍ଦ୍ଧାଜିଲ୍ଲା ବିଜୁ ଜନତା ଦଳର ଉପ-ସଭାପତି ଦିଲ୍ଲୀପ କୁମାର ମହାପାତ୍ର,ଶ୍ରୀକାନ୍ତ ତ୍ରିପାଠୀ,ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅମରଜ୍ୟୋତି ସାହୁ,ଟେକନିସିଆନ ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଞ୍ଚାଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଂପୁର,ଖଙ୍ଗୁରିଆ,ଯୋଡାପଡା,ଗବଡି,ପ୍ରଭୃତି ଗ୍ରାମରୁ ପୁୁରୁଷ ଓ ମହିଳାଙ୍କ ସମେତ ୫୭ଜଣ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ।ପରିଶେଷରେ ସମସ୍ତଙ୍କର ସହଯୋଗପାଇଁ ନେପାଳ ଚନ୍ଦ୍ର ଲେଙ୍କା ଓ ନିଲୁଆ ଧନ୍ୟବାଦ ଅର୍ପଣ କରିଥିଲେ।
 

Recent Comments

Leave Comments

Top