logo
add image
ବୃଦ୍ଧ ମହିଳାଙ୍କୁ ସାହାଯ୍ୟର ହାତ ବଢାଇଲେ ସମାଜସେବୀ ଓ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଛାତ୍ରୀ।

ବୃଦ୍ଧ ମହିଳାଙ୍କୁ ସାହାଯ୍ୟର ହାତ ବଢାଇଲେ ସମାଜସେବୀ ଓ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଛାତ୍ରୀ।

ଯୋଡ଼ା/କେନ୍ଦୁଝର,୧୫/୧୨/୨୦୨୪(ଆଧାର ମିଡ଼ିଆ)ଆଜି ଏହି ସମାଜରେ ଗୋଟିଏ ବ୍ୟକ୍ତି ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ସର୍ବଦା ସଂଘର୍ଷ କରିଥାଏ ଓ ପରିବାର ଟିଏ ଥିଲେ ହସ ଖୁସିରେ ତା ଦିନ କଟି ଯାଇଥାଏ।କିନ୍ତୁ ଯାହାପଖରେ ପରିବାର ଟିଏ ନ ଥାଏ ତା ଦୁଃଖରୁ ଦୁଃଖ ନଥାଏ,ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଧୀନରେ ଥିବା ପଟମୁଣ୍ଡା ଗ୍ରାମରେ ରହୁଥିବା ସୁନାମଣି ମୁଣ୍ଡା ଘରେ ଏକୁଟିଆ ରୁହନ୍ତି।କିଛି ବର୍ଷେ ପୂର୍ବେ ତାଙ୍କ ସ୍ଵାମୀ ଆର ପାରିକୁ ଯିବା ପରେ ସେ ଏବେ ପୁରା ଏକୁଟିଆ।ତାଙ୍କର କୌଣସି ସନ୍ତାନ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଭଳି ପରିସ୍ଥିତି ରେ ସାହାଯ୍ୟର ହାତ ବଢାଇଛନ୍ତି ସମାଜ ସେବୀ ପାର୍ବତୀ ଗୁଡ଼ିଆ ଓ ତାଙ୍କର ସହଯୋଗୀ।ସୁନାମଣି ଏଭଳି ଅବସ୍ଥା ଖବର ପାଇ ପାର୍ବତୀ ଓ ତାଙ୍କର ସହଯୋଗୀମାନେ ଯାଇ ତାଙ୍କ ପାଖରେ ପହଞ୍ଚିଥିଲେ ଓ ତାଙ୍କର ସମସ୍ତ ସମସ୍ୟା ବିଷୟରେ ଅବଗତ ହୋଇଥିଲେ।ଏହାପରେ ସମାଜ ସେବୀ ପାର୍ବତୀ ଗୁଡିଆ ଓ ତାଙ୍କର ସହଯୋଗୀମାନେ ମିଶି ସୁନାମଣି ପାଇଁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର,ଶାଢ଼ୀ ଓ ଅନାନ୍ୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ।ଆଗାମୀ ଦିନରେ କିପରି ସୁନା ମଣି ଭଲରେ ରହିବେ ତାହାପାଇଁ ସେ କିଛି ବ୍ୟବସ୍ଥା କରିବେ ବୋଲି ମତ ପ୍ରକାଶ ମଧ୍ୟ କରିଛନ୍ତି।ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅନୁପ୍ରାଣିତ ତାଙ୍କରି ଛାତ୍ରୀ ହେଉଛନ୍ତି ଏହି ପାର୍ବତୀ ଗୁଡ଼ିଆ ଦୀର୍ଘ ବର୍ଷରୁ ସେ ଅନେକ ସମାଜ ସେବା କାମ କରି ଆସୁଛନ୍ତି।ସେ କୁହନ୍ତି ତୁଳସୀ ଅପା ଯେଉଁଭଳି ଭାବେ ତାଙ୍କ ଜୀବନ ସମାଜ ସେବା ରେ କଟେଇ ଦେଇଛନ୍ତି ସେହିଭଳି ମୁଁ ମଧ୍ୟ ନିଜକୁ ସମାଜରେ ରହୁଥିବା ଗରିବ ଓ ଅବହେଳିତ ମାନଙ୍କ ସେବାରେ ସମର୍ପଣ କରିଦେବି।
 

Recent Comments

Leave Comments

Top