logo
add image
ବିଷମକଟକ:ବିଜେଡି ତ୍ରୁଟିର ସମାଧାନ ପାଇଁ କଂଗ୍ରେସ ଓ ବିଜେପିର କସରତ!

ବିଷମକଟକ:ବିଜେଡି ତ୍ରୁଟିର ସମାଧାନ ପାଇଁ କଂଗ୍ରେସ ଓ ବିଜେପିର କସରତ!

ବିଷମକଟକ,୧୬/୧୨/୨୦୨୪(ଆଧାର ମିଡ଼ିଆ/ରିପୋର୍ଟ-କାଷିନାଥ ପାଳ)ଦଶନ୍ଧି ଦଶନ୍ଧି ଧରି,ବିଷମକଟକ ସହରର ଜନସାଧାରଣଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ରାଜସ୍ବ ତଥା ବିପର୍ଯୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ରାୟଗଡା ସର୍କିଟ ହାଉସ ଠାରେ ଭେଟିଛନ୍ତି ବିଷମକଟକ ବିଧାୟକ ନୀଳମାଧବ ହିକକା।ମାନ୍ୟବର ମନ୍ତ୍ରୀଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ ବେଳେ ବିଷମକଟକ ଠାରେ ଯୁଗ ଯୁଗ ଧରି ବସବାସ କରୁଥିବା ଲୋକଙ୍କ ପଟ୍ଟା ଜନିତ ସମସ୍ୟାକୁ ଆଜି ରାଜସ୍ବ ମନ୍ତ୍ରୀଙ୍କ ଆଗରେ ଶ୍ରୀ ହିକକା ଉପସ୍ଥାପନ କରିଥିଲେ।ପ୍ରକାଶ ଥାଉକି ବିଷମକଟକ ସଦର ସହରର ଡୁକୁମ ରୋଡ଼,ହେମଗିରି ସାହି,ସାନସାହି,ଏଭଳି ଅନ୍ୟ ଅନେକ କ୍ଷେତ୍ରର ବୈଷୟିକ ତ୍ରୁଟି ହେତୁ ଜମି ସମାଧାନ ପ୍ରକ୍ରିୟାରୁ ବାଦ ପଡିଅଛି।୨୦୧୧ ରେ ସର୍ବ ଶେଷ ଥର ପାଇଁ ହୋଇଥିବା ଲ୍ୟାଣ୍ଡ ସେଟେଲମେଣ୍ଟ ସମୟରେ କୌଣସି କାରଣ ବଶତଃ ବିଷମକଟକ ସହର ର କିଛି ବିଶେଷ ଅଞ୍ଚଳ ଏହି ଲ୍ୟାଣ୍ଡ ସେଟେଲମେଣ୍ଟ ରୁ ବାଦ ପଡିଥିଲା।ପରିଣାମ ସ୍ୱରୂପ ହଜାର ହଜାର ସଂଖ୍ୟା ରେ ଏଠାରେ ବସବାସ କରୁଥିବା ବାସିନ୍ଦାଙ୍କ ପାଇଁ ଏହା ବହୁତ ଅସୁବିଧା ସୃଷ୍ଟି କରିଛି।ସେମାନଙ୍କର ବହୁମୂଲ୍ୟ ଅସ୍ଥାବର ସମ୍ପତ୍ତି ପାଇଁ ପଟା ଅଭାବ ରହିଥିବା ହେତୁ,ସମ୍ପତ୍ତି ବନ୍ଧକ କିମ୍ବା ବନ୍ଧକ ଉଦ୍ଦେଶ୍ୟରେ କାମରେ ଲାଗିପରୁ ନାହିଁ ଯେଉଁଥିପାଇଁ ସାଧାରଣ ଲୋକେ ବିବାହ,ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ବ୍ୟାଙ୍କ ଋଣ ଭଳି ଅନ୍ୟାନ୍ୟ ଆବଶ୍ୟକତା ସହ ଜଡିତ ଜରୁରୀକାଳୀନ ପରିସ୍ଥିତିରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।ନିକଟରେ ବିଷମକଟକ ବିଧାୟକ ଭାବେ ନୀଳମାଧବ ହିକକା ବିଜୟୀ ହେବା ପରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଧାୟକଙ୍କ ନିକଟରେ ଅନେକ ଅଭିଯୋଗ ହୋଇଥିଲା।ଯାହାପରେ ବିଧାୟକ ହିକକା ନିଜ ତରଫରୁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ।ଏହି କ୍ରମରେ ସେ ବିଷମକଟକର ବିଭିନ୍ନ କ୍ଷେତ୍ରରୁ ୭୧୧ଟି ଅଭିଯୋଗ ପାଇଛନ୍ତି।ପୂର୍ବର ବିଜେଡି ସରକାରଙ୍କ ତ୍ରୁଟି ଯୋଗୁଁ ଲୋକେ ବହୁ ବର୍ଷ ଧରି ହଇରାଣ ହୋଇଥିବା ହେତୁ ଏହି ମୁଦ୍ଦାକୁ ସ୍ଥାନୀୟ ତହସିଲଦାର ଠାରୁ ଆରମ୍ଭ କରି ବୋର୍ଡ ଅଫ ରେଭେନ୍ୟ,ଆରଡିସି,ଜିଲ୍ଲାପାଳ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେI ଶେଷରେ ଏହାର ତ୍ୱରିତ ସମାଧାନ ପାଇଁ ବିଧାୟକ ଆଜି ସ୍ଥାନୀୟ ଲୋକଙ୍କ ସହ ରାଜସ୍ବ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେIତେବେ ପୂର୍ଵ ସରକାର ସମୟରେ ଯେଉଁ ଭଳି ଭାବେ ଲ୍ୟାଣ୍ଡ ସେଟେଲମେଣ୍ଟ କରାଯାଇଥିଲା ଆମ ସରକାର ସେ ଭୁଲ ଦୋହରାଇବେ ନାହଁ।ଏହା ଏକ ଜଟିଳ ପ୍ରକ୍ରିୟା ଯାହାକୁ ସମ୍ପୂର୍ଣ ଗୁରୁତ୍ୱ ଦେଇ ସମାଧାନ କରାଯିବା ପାଇଁ ପର୍ଯ୍ୟାପ୍ତ ସମୟ ଆବଶ୍ୟକ ଏବଂ ୪ ଡେସିମିଲ ସରକାରୀ ସ୍ଥାନ ରେ ବାସ କରୁଥିବା ଯେକୌଣସି ଭୂମିହୀନଙ୍କୁ କୋୖଣସି ପ୍ରକାର ରେ ଉଛେଦ କରାଯିବ ନାହିଁ ବୋଲି ମାନ୍ୟବର ମନ୍ତ୍ରୀ ସ୍ପଷ୍ଟ କରିଥିଲେ।ମନ୍ତ୍ରୀଙ୍କ ଠାରୁ ଏଭଳି ଆଶ୍ୱାସନା ଲୋକଙ୍କ ମନରେ ନୂଆ ଉତ୍ସାହ ଆଣିଥିବା ବେଳେ ବିଧାୟକ ଏହାକୁ ସ୍ୱାଗତ ଯୋଗ୍ୟ ବୋଲି ସନ୍ତୋଷ ପ୍ରକାଶ କରିଛନ୍ତି।ନବନିର୍ବାଚିତ ବିଧାୟକଙ୍କ ଏହି ପ୍ରୟାସ ଲାଗି ବୁଦ୍ଧିଜୀବୀ ସମେତ ସ୍ଥାନୀୟ ଲୋକଙ୍କ ତରଫରୁ ପ୍ରଶଂସା ର ସୁଅ ଛୁଟିଥିବା ବେଳେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପ୍ରତି ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାପଡିଛି।ଏହି ଅବସରରେ ସାଂସଦ ପ୍ରତିନିଧି ଦିଲ୍ଲୀପ ପଟନାୟକ,ସରପଞ୍ଚ ନମିତା କୁଲୁସିକା ସମେତ ବିଷମକଟକ ଅଞ୍ଚଳର ବହୁ ମହିଳା ଓ ସାଧାରଣ ଜନତା ମାନ୍ୟବର ମନ୍ତ୍ରୀଙ୍କୁ ଭେଟି ଏହି ସମସ୍ୟା ପ୍ରତି ସମାଧାନ ପାଇଁ ଅନୁରୋଧ କରିଥିଲେ। 
 

Recent Comments

Leave Comments

Top