ଖୋର୍ଦ୍ଧା,୧୭/୧୨/୨୦୨୪(ଆଧାର ମିଡ଼ିଆ)ଖୋର୍ଦ୍ଧା ତହସିଲ ଅଧିନସ୍ଥ କୁମାରବସ୍ତ ମୋୖଜ଼ା ରେ ଥିବା ଭୂଆସୁଣୀ ଙ୍କ ମନ୍ଦିର ଠାରୁ ପ୍ରାୟ ଶହ ଶହ ଏକର ଗୋଚର ଏବଂ ଜଙ୍ଗଲ କିସମ ଜମି ଥିବାବେଳେ ସେହି ଗ୍ରାମର କିଛି ବ୍ୟକ୍ତି ବେଆଇନ ଭାବେ ଦୀର୍ଘ ଦିନ ଧରି ହେବ ସେହି ସ୍ଥାନ ରୁ ମାଙ୍କଡା ପଥର ଖନନ କରିବା ସହିତ ମୋରମ ଅନ୍ୟତ୍ର ଚୋରା ଚାଲାଣ କରୁଛନ୍ତି।ଯାହାଫଳରେ ସରକାର ଙ୍କର କୋଟି,କୋଟି ଟଙ୍କା ର ରାଜସ୍ବ କ୍ଷତି ହେବା ସହ ଉକ୍ତ ଖଣି କୁ ଲାଗି ରହିଥିବା ଏକର,ଏକର ଚାଷ ଜମିକୁ ପାଣି ନଯିବା ଯୋଗୁଁ ଏହା ପଡିଆ ପଡୁଛି ଏବଂ ଏହିବାଟ ଦେଇ ଏହାର ପଡୋଶୀ ଗ୍ରାମ ମଧୁପୁର ଓ ମହୁଲ କୁ ଯାଇଥିବା ଯାତାୟାତ ରାସ୍ତା ସମ୍ପୂର୍ଣ ବନ୍ଦ ହେବାକୁ ବସିଲାଣି।ଲୋକମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ବର୍ଷାଦିନେ ଉକ୍ତ ଖଣି ରେ ପାଣି ଜମି ରହିବା ଫଳରେ ଏହାର ଆଖ ପାଖରେ ଚରୁଥିବା,ଗାଈ,ଗୋରୁ ଏବଂ ବନ୍ୟଜନ୍ତୁ ଏହି ଗଭୀର ଗର୍ତ୍ତ ରେ ପଡି ମୃତ୍ୟୁ ବରଣ କରୁଛନ୍ତିlଏପରିକି କୁମାରବସ୍ତ ମୋୖଜ଼ା କୁ ଲାଗି ରହିଥିବା ରତନପୁର ଏବଂ ମଧୁପୁର ସଂରକ୍ଷଣ ଜଙ୍ଗଲ ରେ ଥିବା ମୂଲ୍ୟବାନ ଗଛ ଗୁଡିକୁ ଦୁର୍ବୁତ୍ତ ମାନେ କାଟିବା ସହିତ ଜେସିବି ମେସିନ ସାହାଯ୍ୟ ରେ ଜଙ୍ଗଲ ଜମି କୁ ସଫା କରି ମାଙ୍କଡା ପଥର ଖନନ କରିବା ସହିତ ମୋରମ ଉତ୍ତଳୋନ କରୁଛନ୍ତି।ଏ ସଂକ୍ରାନ୍ତ ରେ କୁମାରବସ୍ତ ଗ୍ରାମରେ ଏକ ସଭା ଡକାଯାଇ ଉକ୍ତ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଗ୍ରାମର ସଭାପତି ଙ୍କ ସହିତ ଅନ୍ୟ ସଦସ୍ୟ ମାନେ କହିଥିଲେ ମଧ୍ୟ ମାଙ୍କଡା ପଥର ଓ ମୋରମ ଚୋରାଚାଲାଣକାରୀ ମାନେ ଏହାକୁ ଭୃକ୍ଷେପ କରୁନାହାନ୍ତି।ଏହାକୁ ନେଇ ଗ୍ରାମରେ ଚାପାଉତ୍ତେଜନା ଲାଗି ରହିଥିବାବେଳେ ଭବିଷ୍ୟତ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ।ଏ ସମ୍ପର୍କରେ କୁମାରବସ୍ତ ଗ୍ରାମବାସୀ ମାନେ ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିବା ସହିତ ବେଆଇନ ଖଣି ଖନନ କୁ ସମ୍ପୂର୍ଣ ଭାବରେ ବନ୍ଦ କରିବା ସହିତ ଗୋଚର ଓ ଜଙ୍ଗଲ ଜମି କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଦାବୀ କରିଛନ୍ତି।
Recent Comments