ଭବାନୀପାଟଣା,୧୫.୧୨.୨୦୨୪(ଆଧାର ମିଡ଼ିଆ//ରିପୋର୍ଟ-ସାରଦା ପ୍ରସାଦ ମହାନ୍ତି)ଶକ୍ତି ଟିଭି ର ଚତୁର୍ଥ ରାଜ୍ୟସ୍ତରୀୟ ସ୍ଵନକ୍ଷତ୍ର ଉତ୍ସବରେ କଳାହାଣ୍ଡି,ଭବାନୀପାଟଣା ରିଷିଗାଁର ସି.ଆର.ସି.ସି. ତଥା ଶିକ୍ଷକ ସାଧନ କର୍ମୀ ଶ୍ରୀଯୁକ୍ତ ବୈକୁଣ୍ଠ ବେମାଲଙ୍କୁ ଶକ୍ତି ଟିଭି ଶିକ୍ଷକ ଶ୍ରେଷ୍ଠ ସମ୍ମାନ ୨୦୨୪ ରେ ସମ୍ମାନିତ ହୋଇଛନ୍ତି।ଟିଟିଲାଗଡ଼ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସ୍ଵନକ୍ଷତ୍ର ଉତ୍ସବରେ,ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ସମ୍ମାନିତ ଅତିଥି ଭାବରେ ପୋୖରାଧ୍ୟକ୍ଷା ମମତା ଦେବୀ ଜୈନ,ମୁଖ୍ୟ ବକ୍ତା ଭାବରେ ଭାରତୀୟ ହ୍ୟୁମାନ ରାଇଟ କମିଶନର ରାଜ୍ୟ ସଭାପତି ପ୍ରସନ୍ନ ଗୁରୁ,ଓଡ଼ିଶା ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବିରବର ସାହୁ ଏବଂ ଶକ୍ତି ଟିଭି ମୁଖ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ସେଠି,ବଳଭଦ୍ର ଦାସ ପ୍ରମୁଖ ମଞ୍ଚାସିନ ହୋଇ ଆଲୋଚନାର ଶୀର୍ଷକ "ସାମ୍ବାଦିକ-ସମସ୍ୟାର ନା ସମାଧାନ" !ଉପରେ ମତବ୍ୟକ୍ତ କରିଥିଲେ।ଇତି ଅବସରରେ ବିଭିନ୍ନ ଜିଲ୍ଲାରୁ ମନୋନୀତ ତଥା ନିମନ୍ତ୍ରିତ ପ୍ରତିଭା ସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ବିକାଶ ମୂଳକ କାର୍ଯ୍ୟରେ ତାଙ୍କର ଅସାଧାରଣ କୃତିତ୍ୱ ଏବଂ ଅବିଶ୍ରାନ୍ତ କାର୍ଯ୍ୟଦକ୍ଷତା ଯୋଗୁଁ ଶିକ୍ଷକ ବୈକୁଣ୍ଠ ବେମାଲା ଙ୍କୁ ଏହି ବର୍ଷର ଶ୍ରେଷ୍ଠ ଶିକ୍ଷକ ଏବଂ ସାଧନ କର୍ମୀ ଭାବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି।ପ୍ରକାଶ ଥାଉକି ଶ୍ରୀଯୁକ୍ତ ବେମାଲ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ,ସେ ଜଣେ ସୁସାହିତ୍ୟିକ, ଓଡ଼ିଆ,ହିନ୍ଦୀ,ସଂସ୍କୃତ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ସାହିତ୍ୟ କୃତି ପ୍ରକାଶିତ ହୋଇଥିବା ବେଳେ,ଅଲ.ଇଣ୍ଡିଆ ରେଡ଼ିଓର ବାର୍ତ୍ତାକାର,ଉପସ୍ଥାପକ,ଆଲୋଚକ ଭାବରେ ସେ ବେଶ ଜଣାଶୁଣା।ଜଣେ ଉଚ୍ଚ କୋଟିର ସୁବକ୍ତା,ରାଷ୍ଟ୍ରଭାଷା ପ୍ରଚାରକ,ତାଙ୍କ ଦ୍ୱାରା ଲିଖିତ ରିସର୍ଚ୍ଚ ସଂପନ୍ନ ଲେଖା " The Tribal Art of Kalahandi".ICHR(Indian Council of Historical Research)ଦ୍ୱାରା ଅନୁମୋଦିତ।ତାଙ୍କୁ ଗତ ୨୦୨୩ ମସିହାରେ " ଭାରତୀୟ ଦଳିତ ସହିତ୍ୟ ଏକାଡେମୀ"ତରଫରୁ "ନେସନାଲ ଫେଲୋସିଫ ଆୱାର୍ଡ" ,ଇଣ୍ଡିଆନ ମେଡିଆ କାଉନସିଲ ଓ.ୟୁ.ଡବ୍ଲ୍ୟୁ.ଜେ. ତରଫରୁ ଶିକ୍ଷାବିତ ସମ୍ମାନ ୨୦୨୪ ରେ ସମ୍ମାନିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ତରଫରୁ ସେ "National Education summit 2023 "ରେ ଯୋଗଦାନ ପୂର୍ବକ ଆଲୋଚନାର ଶୀର୍ଷକ"Integral to Inclusion"ରେ ସକ୍ରିୟ ଅଂଶ ଗ୍ରହଣ କରି ବେଶ ସୁନାମ ଅର୍ଜନ କରିଥିଲେ।ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧୀନରେ ସେ ଜଣେ ଉଚ୍ଚ କୋଟିର ଶୋଧକର୍ତା ଭାବେମଧ୍ୟ ବେଶ ପରିଚିତ।ସମଗ୍ର ଓଡ଼ିଶାରେ ତାଙ୍କର ମୂଲ୍ୟବୋଧ ଶିକ୍ଷା ଭିତ୍ତିକ ଶିକ୍ଷକତା ଯୋଗୁଁ ସର୍ବସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି।
Recent Comments