ପିପିଲି,୮/୨/୨୦୨୪ଆଧାର ମିଡ଼ିଆ ପୁରୀ ଜିଲ୍ଲା ପିପିଲି ଉପଖଣ୍ଡ ଆରଖି ଅଧିକ୍ଷକଙ୍କ କାର୍ଯ୍ୟ।ଳୟ ଅଧୀନ ଦଣ୍ଡୀପୁର ଛକରୁ ବଳଙ୍ଗା ପୋଲିସ ଚଢାଉ କରି ୧୬ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଜଣକୁ ଗିରଫ କରି ନିମାପଡା କୋର୍ଟକୁ ପଠାଇ ଅଛି । ଗିରଫ ଅଭିଯୁକ୍ତ ଜଣକ ପୁରୀ କୁମ୍ଭାରପଡା ଥାନା ଅଞ୍ଚଳର ଅଜୟ ବାରିକ ଓରଫ କାଳୁ (୩୫)ବୋଲି ଜଣା ପଡିଅଛି।ଦଣ୍ଡୀପୁର ଛକରେ କାଳୁ ବ୍ରାଉନ ସୁଗାର ଧରି ଗ୍ରାହାକକୁ ଅପେକ୍ଷା କରିଥିବା ବେଳେ ବଳଙ୍ଗା ଥାନାର କାର୍ଯ୍ୟରତ ଏସଆଇ କେଦାର ଚନ୍ଦ୍ର ଦୋରା ବିଶେଷ ସୂତ୍ରରୁ ଖବର ସଦଳବଳେ ସେଠାରେ ପହଞ୍ଚି ଚଢାଉ କରି ବାରେ ଘଟଣା ସ୍ଥଳରୁ ବ୍ରାଉନ ସୁଗାର ଜବତ କରି ଥାନାକୁ ଆଣି ଥିଲେ।ଏନେଇ ଲିଖିତ ରିପୋର୍ଟ କରିବାରୁ ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଥାନା କେସ ନଂ ୩୧୦ /୨୪ ରେ ଦଫା - ୨୧ (ବି )ଏନଡିପି ଏସ ଆକ୍ଟରେ ମାମଲା ଆଗତ କରି ଏହି ମାମଲାର ତଦନ୍ତ ଡାଇତ୍ଵ ଏସଆଇ ସସ୍ମିତା ବେହେରାଙ୍କୁ ଦିଆଯାଇଅଛି।ସୂଚନା ଥାଉକି ଗତ ୧୬ ତାରିଖ ଦିନ ବଳଙ୍ଗା ଥାନାର ନୂତନ କୋଠା ଲୋକାର୍ପଣ ଉଚ୍ଛବରେ ମୁଖ୍ୟ ଅତିଥି ଭାବରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଏବଂ ସେଣ୍ଟ୍ରାଲ ଡିଭିଜନ ଡିଆଇଜି ଚରଣ ସିଂ ମିନା ଉପସ୍ଥିତ ଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ବକ୍ତବ୍ୟରେ କହିଥିଲେ ବଳଙ୍ଗା ଅଞ୍ଚଳରେ ଧଳା ଜହର କାରବାର ବଢି ଚାଲିଥିବା ଜାଣିବାକୁ ମିଳି ଥିବା ବେଳେ ଏଦିଗରେ ବଳଙ୍ଗା ପୋଲିସ କଡା ନଜର ଦେବାକୁ କହିଥିଲେ।ଯାହାକି ଥାନା ଅଧିକାରୀ ଶ୍ରୀ ପଣ୍ଡା ଧଳା ଜହର ପ୍ରତି ଓ ଚୋରା ମଦ,ଗଞ୍ଜେ,ଭାଙ୍ଗ ପ୍ରତି ନଜର ଦେଇ ଆଜି ଧଳା ଜହର ବେପାରୀକୁ ଧରିବାରେ ସକ୍ଷମ ହୋଇଅଛି ।
Recent Comments