ଖୋର୍ଦ୍ଧା,୧୮/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଦେଶର ଅନ୍ୟତମ ପୁରାତନ ଓ ବୃହତ୍ ଶ୍ରମିକ ସଂଗଠନ ଭାବେ ପରିଚିତ ଭାରତୀୟ ମଜଦୂର ସଂଘର ୭୦ତମ ସ୍ଥାପନା ବର୍ଷ ଅବସରରେ ଏକ ଶ୍ରମିକ ଓ ଜନସମ୍ପର୍କ ଅଭିଯାନ ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଟିକାତାଳ ଠାରେ ଆୟୋଜିତ ହୋଇଯାଇଛି।ସଂଗଠନ ଖୋର୍ଦ୍ଧା ଜିଲ୍ଲା ସଂପାଦକ ଅକ୍ଷୟ କୁମାର ରାଉତରାୟଙ୍କ ସଭାପତିତ୍ୱରେ ରାଜ୍ୟ ସଂଗଠନ କାର୍ଯ୍ୟକାରୀ ସଭାନେତ୍ରୀ ବନିତାଞ୍ଜଳି ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।ମୁଖ୍ୟ ବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ସଂଗଠକ ନିଗମାନନ୍ଦ ପଟ୍ଟନାୟକ,ବୋଲଗଡ ବ୍ଲକ ସଂଗଠନ ମୁଖ୍ୟ ଗଙ୍ଗାଧର ଦାଶ,ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଚିନ୍ମୟ ପଣ୍ଡା,ବେଗୁନିଆ ବ୍ଲକ ସଭାନେତ୍ରୀ ଦମୟନ୍ତୀ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭାରତୀୟ ମଜଦୂର ସଂଘର ସଫଳତାର ଗାଥା ବର୍ଣ୍ଣନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଙ୍ଗନୱାଡ଼ି ସଂଘ ସଭାନେତ୍ରୀ ମେରିଆ ବେଗମ,କୋଷାଧ୍ୟକ୍ଷା ରେଣୁବାଳା ଦେଇ,କର୍ମୀ ସମସଦ ବେଗମ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଭାରତୀୟ ମଜଦୂର ସଂଘ ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଓ ବେଗୁନିଆ ବ୍ଲକ ପାଇଁ ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା।ପରିଶେଷରେ ଶିବ କୁମାର ମୁନି ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments