logo
add image
କଣିହାଁ ପ୍ରେସ କ୍ଲବର ସଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ।

କଣିହାଁ ପ୍ରେସ କ୍ଲବର ସଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ।

କଣିହାଁ,୧୯/୧୨/୨୦୨୪(ଆଧାର ମିଡ଼ିଆ)କଣିହାଁ ପ୍ରେସ କ୍ଲବର ସାଧାରଣ ବୈଠକ ବୁଧବାର ଦିନ କଂସମୁଣ୍ଡା ମାଡୁଆ ମା'ମନ୍ଦିର ପାଖରେ ଥିବା ଶାଳ ବଣୀ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଲବର ସଭାପତି ଭୂପେନ କୁମାର ଗଡ଼ନାୟକଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା।ସଭାକାର୍ଯ୍ୟ ଆରମ୍ଭ ହେବା ପୁର୍ବରୁ କ୍ଳବର ସଦସ୍ୟ  ତଥା ସଂପାଦକ ସ୍ୱର୍ଗତଃ ସଚିଦାନନ୍ଦ ପ୍ରଧାନଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ଶାନ୍ତି ନିମନ୍ତେ  ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପରେ ସଂଘକୁ କିପରି ଆହୁରି ସଙ୍ଗଠିତ କରାଯିବ  ସେ ସମ୍ପର୍କରେ ଆଲୋଚନା କରାଯିବା ସହ କ୍ଲବର ନୂତନ  କର୍ମକର୍ତ୍ତା ମନୋନୟନ କରଯାଇଥିଲା।ସର୍ବ ସମ୍ମତି କ୍ରମେ ପ୍ରେସ କ୍ଳବର ନୂତନ ସଭାପତି ଭାବେ ଭୂପେନ କୁମାର ଗଡ଼ନାୟକ,ସାଧାରଣ ସମ୍ପାଦକ ଭାବରେ ରଞ୍ଜନ କୁମାର ମିଶ୍ର, ଉପସଭାପତି ଭାବରେ କଷ୍ଟୁଚରଣ ସାମଲ,ଟୁନା ସାହୁ ଓ ଅଲେଖ  ଭୂତିଆ,ସହ ସମ୍ପାଦକ ନିରୋଜ କୁମାର ପ୍ରଧାନ,କୋଷାଧ୍ୟକ୍ଷ ନୀଳକଣ୍ଠ ବେହେରା,ଲିଗାଲ ଆଡଭାଇଜର ଭାବେ ଜ୍ୟୋତି ରଂଜନ ଧରଙ୍କୁ ମନୋନୀତ କରାଯାଇଥିଲା।ପରେ ନୂତନ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।ବୈଠକ ରେ କ୍ଳବର ସଦସ୍ୟ ସାମ୍ୱାଦିକ ସୁର୍ଯ୍ୟମଣି ସାହୁ,ଯୁଗଳ କିଶୋର ସାହୁ,ଜଳଧର ବେହେରା, ସିମାଞ୍ଚଳ ସାବତ,ଲକ୍ଷ୍ମୀଧର ସାହୁ,ନିଶାକର ବିଶ୍ୱାଳ,ଜିତେନ କୁମାର ମିଶ୍ର, ମହେଶ୍ୱର ନାଏକ,ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଆଜି ବୈଠକରେ ସଂଘର ଉପଦେଷ୍ଠା ତଥା ପୂର୍ବତନ ସାଂସଦ ମହେଶ ସାହୁ,ସମାଜସେବୀ ତୋଶାମଣି ସାହୁ(ବୁଲୁ) ପ୍ରମୁଖ ଉପସ୍ଥିତ ଥିଲେ। ପ୍ରେସ କ୍ଲବ ପକ୍ଷରୁ ଉଭୟଙ୍କୁ ଉପଢୋକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।ବୈଠକରେ ସମସ୍ତ ସଦସ୍ୟ ସଙ୍ଗଠିତ ହୋଇ କାମ କରିବା ପାଇଁ ସଂକଳ୍ପ ନେଇଥିଲେ।ପରେ ସମସ୍ତ ସଦସ୍ୟ ଆୟୋଜିତ ବଣଭୋଜି ରେ ସାମିଲ ହୋଇଥିଲେ।
 

Recent Comments

Leave Comments

Top