ବଡ଼ବିଲ,୨୦/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ସଞ୍ଜୟ ସିହ୍ନା)କେନ୍ଦୁଝର ଜିଲ୍ଲା ବଲାଣି ଅଧୀନସ୍ଥ ବଲାଣି ସେଲ ର ଠିକାଦାର ସଂଘ ପକ୍ଷରୁ ବଲାଣି ଓ ବାଲାଗୋଡ଼ା ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶିଶୁ ମାନଙ୍କୁ ଶୀତବସ୍ତ୍ର ସ୍ୱିଟର ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ହୋଇଯାଇଛି।ଶୀତ ରୁ ରକ୍ଷା ପାଇବା ପାଇଁ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଗରମ ପସାକ ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରୁଥିବା ବେଳେ ଚଳିତ ବର୍ଷ ରେ ଭୀଷଣ ଶୀତ ପଡ଼ିଥିବାରୁ କଷ୍ଟ ରେ ଶିଶୁ ମାନେ ସ୍କୁଲ କୁ ଯିବାର ଦେଖି ବଲାଣି ସେଲ ର ଠିକାଦାର ଚାରିଟେବୁଲ ଟ୍ରଷ୍ଟ ର ସମସ୍ତ ସଦସ୍ୟ ମାନେ ସହଯୋଗ ର ହାତ ବଢ଼ାଇବା ସହ ଶୀତ ରୁ ରକ୍ଷା ପାଇବା ନିମନ୍ତେ ବଲାଣି ଟାଉନ୍ ସିପ ଏବଂ ଆଖ ପାଖ ଅଞ୍ଚଳରେ ଥିବା ଡି ଏ ଭି ବିଦ୍ୟାଳୟ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ,ମକ୍ତବ୍ ପ୍ରାଥମିକ ବିଦ୍ୟାଳୟ,ମୁଖ୍ୟ ବଜାର ନିକଟସ୍ଥ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ,ବାଲାଗୋଡ଼ା ହାଇସ୍କୁଲ,ପ୍ରାଥମିକ ବିଦ୍ୟାଳୟ ବଲାଣି ବସ୍ତି ଆଦି ବିଦ୍ୟାଳୟକୁ ଯାଇ ପ୍ରାୟ ୨୬୦୦ ଶିଶୁମାନଙ୍କୁ ସ୍ଵିଟର୍ ବିତରଣ କରାଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଏହି ଅବସରରେ ଠିକାଦାର ସଂଘ ର ମହାଜନ ଚୌଧୁରୀ,ବି.କେ ଦାସ,ରାଜେନ୍ଦ୍ର ନନ୍ଦ,ପ୍ରଦୀପ ସ୍ୱାଇଁ,ହାଇଦର ଅଲ୍ଲୀ,ଅବଦୁଲ ହନାନ,ଶ୍ରବଣ ଗୋସାଇଁ,ମକସୁଦ୍ ଅନସାରୀ ସହ ସଂଖ୍ୟାଧିକ ସଦସ୍ୟ ମାନେ ଉପସ୍ଥିତ ଥିଲେ।ବଲାଣି ସେଲ ର ଠିକାଦାର ସଂଘ ପକ୍ଷରୁ ଏଭଳି ସାମାଜିକ କାର୍ଯ୍ୟକ୍ରମ କରୁଥିବା ବେଳେ ବିଦ୍ୟାଳୟର ଶିଶୁ ମାନଙ୍କୁ ସ୍ୱିଟର୍ ବିତରଣ କରିଥିବାର ଏହା ଏକ ନୂତନ ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବାର ଜଣାପଡିଛି l
Recent Comments