logo
add image
ଅବସରପ୍ରାପ୍ତ ସେନା ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଏକାଦଶ ବାର୍ଷିକ ସ୍ମୃତି ସମାରୋହ।

ଅବସରପ୍ରାପ୍ତ ସେନା ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଏକାଦଶ ବାର୍ଷିକ ସ୍ମୃତି ସମାରୋହ।

ଖୋର୍ଦ୍ଧା,୨୦/୧୨(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କବିତୀର୍ଥ ନାମରେ ପରିଚିତ ସାନପଦର ଗ୍ରାମର ଅବସରପ୍ରାପ୍ତ ସେନା ତଥା ସମାଜସେବୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଏକାଦଶ ସ୍ମୃତିଚାରଣ ସମାରୋହ ବୃନ୍ଦାବତୀ କ୍ଲବ୍ ସଭାଗୃହ ଠାରେ  ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ସଭାପତି ରାଜକିଶୋର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ସମାପିତ ହୋଇଥିଲା।ଶିକ୍ଷାବିତ୍ ଶ୍ରୀକାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ପୂର୍ଣ୍ଣଚନ୍ଦ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ମୁଖ୍ୟବକ୍ତା ଭାବେ ଦେଉଳି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼.ତପନ କୁମାର ଜେନା,ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ୍ କାଳୀଚରଣ ଜୟସିଂହ,ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,ସାନପଦର ସରପଞ୍ଚ,ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର,ପୂର୍ବତନ ସରପଞ୍ଚ ନାରାୟଣ ବଳିଆରସିଂହ,ସମ୍ପାଦକ ଅର୍ଜୁନ ପଟ୍ଟନାୟକ,ଶିକ୍ଷକ ବିଜୟ କୁମାର ସାହୁ,ଦୁର୍ଗାପ୍ରସାଦ ସୁବୁଦ୍ଧି, ଅଜୟ କୁମାର ମଙ୍ଗରାଜ,ବିଜୟ କୁମାର ଗୁମାନସିଂହ,ସନ୍ତୋଷ ମହାପାତ୍ର,ଭାଗିରଥି ପରିମାଣିକ ପ୍ରମୁଖ ଅତିଥି ମାନେ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ମାନେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ଓ ବୃନ୍ଦାବତୀ କ୍ଳବର ସମସ୍ତ ସଭ୍ୟ ମାନେ ପରିଚାଳନା କରିଥିବାବେଳେ ପୁତ୍ର ଆବାହକ ସୁନୀଲ କୁମାର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ପାଖ ଅଂଚଳ  ରାସୋଳ,ବାୟାପଲ୍ଲୀ ଆଦି ଗ୍ରାମ ମାନଙ୍କରୁ  ଅନେକ ବୁଦ୍ଧିଜୀବୀ ପ୍ରମୁଖ ମାନେ ଯୋଗ ଦେଇଥିଲେ।
 

Recent Comments

Leave Comments

Top