logo
add image
ଆଲୁମିନିୟମ ମଜ଼ଦୂର ସଙ୍ଘର ସଂଘର୍ଷ ସଫଳ

ଆଲୁମିନିୟମ ମଜ଼ଦୂର ସଙ୍ଘର ସଂଘର୍ଷ ସଫଳ


ବଅଁରପାଳ/୨୧/ ୧୨/୨୦୨୪/ ଆଧାର ମିଡ଼ିଆ/ନାଲକୋର ଅଣ-ଅଫିସର ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ନାଲକୋ ବୋର୍ଡ ର ଅନୁମୋଦନ ପରେ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଅଣ-ଅଫିସର ନିଯୁକ୍ତି ବିଜ୍ଞାପନରେ ବିଳମ୍ବ ହେଉଥିଲା, କିନ୍ତୁ ଆଲୁମିନିୟମ୍ ମଜ଼ଦୂର ସଙ୍ଘର  ପ୍ରୟାସ ଜାରି ରହିଥିବାରୁ ଏହା ସମ୍ଭବ ହୋଇଥିଲା ଯାହା ଆଜି ପ୍ରତିଫଳିତ ହୋଇଛି । ଏହି ବିଜ୍ଞାପନ ପାଇଁ ଅନେକ ବିକ୍ଷୋଭ ପ୍ରଦର୍ଶନ ଏବଂ ଅନେକ ଲିଖିତ ଅନୁରୋଧ ପରେ ମଧ୍ୟ କେହି ଏହି ସମସ୍ୟା ପ୍ରତି ଧ୍ୟାନ ଦେଉନଥିଲେ । ଶେଷରେ ମାନ୍ୟବର ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନାଲକୋର ଭାରତୀୟ ମଜ଼ଦୂର ସଙ୍ଘ ଅନୁବନ୍ଧିତ ଆଲୁମିନିୟମ ମଜଦୁର ସଙ୍ଘର ସଭାପତି ମୁନା ସାମଲ, ସାଧାରଣ ସମ୍ପାଦକ ଶ୍ରୀ ବିନୋଦ କୁମାର ସାମଲ, ଏବଂ ନାଲକୋ ବିଦ୍ୟୁତ ମଜଦୁର ସଂଘର ସଭାପତି ଶ୍ରୀ ପ୍ରକାଶ କୁମାର ସିଂହ, ସାଧାରଣ ସମ୍ପାଦକ ଶ୍ରୀ ସୁଜିତ କୁମାର ସେଠ, ସହ ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ଅମାନ୍ତ, ଶ୍ରୀ ସୁଭାଷ କାଳିଆ, ସୁଭାଷ ଦାସ, ଟିକନ ସାହୁ, ଓ ଦେବେନ୍ଦ୍ର ନାୟକ ସମେତ ଏକ ପ୍ରତିନିଧି ମଣ୍ଡଳ ବୁଧବାର ୧୮ ତାରିଖ ଦିନ ନୂଆଦିଲ୍ଲୀ ଯାଇଥିଲେ ଏବଂ ସେମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ଜି କିଷାନ ରେଡ୍ଡୀ ଏବଂ ମାନ୍ୟବର ନାଲକୋ ସିଏମଡି ଶ୍ରୀ ସଞ୍ଜୟ ଲୋହିୟାଙ୍କୁ ଭେଟି ନାଲକୋକୁ ଅଧିକ ସଙ୍କଟରୁ ରକ୍ଷା କରିବା ପାଇଁ ତୁରନ୍ତ ଏହି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବା ପାଇଁ ନିବେଦନ କରିଥିଲେ। ତା’ପରେ ଦୁହେଁ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କଲେ ଏବଂ ଶେଷରେ ଅଣ-ଅଫିସର ନିଯୁକ୍ତି ବିଜ୍ଞାପନ ଆଜି ପ୍ରକାଶ ପାଇ ପାରିଛି । ଆଗରୁ ଦେଖାଯାଇଛି ଯେ ଆଲୁମିନିୟମ୍ ମଜ଼ଦୂର ସଙ୍ଘ କାରଣରୁ ପିଆରପି ସମାଧାନ, ପିଆରଏମବିଏସ, ଟିଏ ନିୟମ ସଂଶୋଧନ ଏବଂ କ୍ୟାରିୟର ଅଭିବୃଦ୍ଧି ଭଳି ବହୁ ବିଳମ୍ବିତ ସମସ୍ୟା ସମାଧାନ ହୋଇପାରିଛି । ତେଣୁ ପୁଣି ଥରେ ନାଲକୋର କର୍ମଚାରୀମାନେ ଆଲୁମିନିୟମ ମଜ଼ଦୂର ସଙ୍ଘର ବଳିଷ୍ଠ ନେତୃତ୍ୱ ଉପରେ ଆଶା ଭରଷା ରଖିଥିଲେ ଯେ ସେମାନେ ହିଁ ଏହି ସମସ୍ୟାର ସମାଧାନ କରିପାରିବେ ଏବଂ ସଙ୍ଘ ସେମାନଙ୍କର ସ୍ୱପ୍ନ ସାକାର କରିପାରିଛି ଏବଂ ଦୀର୍ଘ ଦିନର ବିଚାରାଧୀନ ସମସ୍ୟାର ସମାଧାନ ହୋଇପାରିଛି ଯାହାକି ନାଲକୋ ର ଭବିଷ୍ୟତ କୁ ପୁନର୍ଜୀବିତ କରିପାରିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଦାସର୍ବଦା ଅନୁଗୋଳ ତଥା ପାରିପାର୍ଶ୍ବିକ ଅଞ୍ଚଳ ପାଇଁ ଧ୍ୟାନ ଦେଇଆସିଛନ୍ତି ଏବଂ ନାଲକୋ ପାଇଁ ସବୁବେଳେ ସଙ୍କଟ ମୋଚନ ପରି ଦଣ୍ଡାୟମାନ ରହିଛନ୍ତି, ଶ୍ରୀ ପ୍ରଧାନଙ୍କ ଉଦ୍ୟମରେ ହିଁ ନାଲକୋରେ ବହୁ ପ୍ରତୀକ୍ଷିତ ଐତିହାସିକ ପିଆରପି ଚୁକ୍ତିନାମା ହୋଇପାରିଛି । ତେଣୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ  କୃତଜ୍ଞତା ଜ୍ଞାପନ କରିଛନ୍ତି । ଉକ୍ତ ବିଜ୍ଞାପନ ପରେ ଆଲୁମିନିୟମ୍ ମଜଦୋର ସଙ୍ଘର ବଳିଷ୍ଠ ଓ ନିଷ୍ଠାବାନ ନେତୃତ୍ୱକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ମିଳିବା ସହ ସମସ୍ତ ଦିଗରୁ ପ୍ରସଂଶାର ସୁଅ ଛୁଟିଥିଲା ।

Recent Comments

Leave Comments

Top