logo
add image
ଶୀତକାଳୀନ ଭ୍ରମଣରେ ବୋଲଗଡ ବଣିକ ମହାସଂଘ ।

ଶୀତକାଳୀନ ଭ୍ରମଣରେ ବୋଲଗଡ ବଣିକ ମହାସଂଘ ।


ଖୋର୍ଦ୍ଧା/୨୨/୧୨/୨୦୨୪/ ଆଧାର ମିଡ଼ିଆ/ (ପ୍ରସନ୍ନ କୁମାର ସ୍ବାଇଁ) ଦୈନନ୍ଦିନ ଜୀବନ ଜୀବିକା ପାଇଁ ବ୍ୟସ୍ତ ରହୁଥ‌ିବା ଲୋକଙ୍କ ମାନସିକ କ୍ଳାନ୍ତି ଦୂରୀଭୂତ କରି ଥାଏ ପରିଭ୍ରମଣ। ପ୍ରାକୃତିକ ସ୍ଥଳ ହେଉ କିମ୍ବା ତୀର୍ଥସ୍ଥଳ, ଆସିବା କୌଣସି ନୂତନ ସ୍ଥାନ ବୁଲି ଆସିବା ଦ୍ବାରା କର୍ମକ୍ଳାନ୍ତ ଜୀବନରେ କାର୍ଯ୍ୟ କରିବାର ନୂତନ  ଉତ୍ସାହ ଭରିଥାଏ ।ଏହି କ୍ରମରେ ବୋଲଗଡ଼ ବଣିକ ମହାସଂଘ ଅନ୍ତର୍ଗତ ୭ଟି ବଜାର ବଣିକ ସଂଘର ସଦସ୍ୟ ମାନେ ଗୁରୁବାର ଶୀତକାଳୀନ ପରି ଭ୍ରମଣରେ ଯାଇ ଶନିବାର ଫେରିଛନ୍ତି।ବିଭିନ୍ନ ବଜାର ଅଞ୍ଚଳର ପ୍ରାୟ ୫୦ ଜଣ ବ୍ୟବସାୟୀ ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ଥିବା ଛତିଶଗଡ ରାଜ୍ୟର ମାଆ ଚନ୍ଦ୍ରହାସିନିଙ୍କ ମନ୍ଦିର, ସମ୍ବଲପୁର ଜିଲ୍ଲାର ଘଣ୍ଟେଶ୍ଵରି, ହୀରାକୁଦ ଜଳ ବିଦୁତ୍ କେନ୍ଦ୍ର ଓ ମାଆ ସମଲେଶ୍ଵରୀଙ୍କ ମନ୍ଦିର ପରିଦର୍ଶନ କରି ପ୍ରାକୃତିକ ଶୋଭାରାଜି ଦର୍ଶନ କରି ପ୍ରଫୁଲିତ ହେବାସହ ତିନି ପ୍ରସିଦ୍ଧ ଠାକୁରାଣୀ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତି ହୋଇଛନ୍ତି । ଅପର ପକ୍ଷରେ ଏହି ଭ୍ରମଣ ସମୟରେ ମାଆ ସମଲେଇ ମନ୍ଦିର ନିକଟରେ ମହାସଂଘର ଏକ ବୈଠକ କରି ବାଣିଜ୍ୟ ବ୍ୟବସାୟ ଥିବା ସମ୍ପର୍କିତ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ଅନ୍ୟାନ୍ୟ ବିଷୟର ଆଲୋଚନା କରିଛନ୍ତି । ମହସଂଘ ସଭାପତି ପାଣ୍ଡବ ସାହୁଙ୍କ ଅସୁସ୍ଥତା କାରଣରୁ ତହସିଲ ବଜାରର ବିଶିଷ୍ଟ ବ୍ୟବସାୟୀ ବିଭୂତିଭୂଷଣ ସାମନ୍ତର ରାୟଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ବୈଠକରେ ଅଜିତ କୁମାର ପଟ୍ଟନାୟକ ବିବରଣୀ ପାଠ ଓ ସଞ୍ଜୟ ବେହେରା ଆୟବ୍ୟୟ ହିସାବ ପ୍ରଦାନ କରି ଥିଲେ। ଏହି ଅବସରରେ ଯୁବ ବ୍ୟବସାୟୀ ଆଲୋକକୁମାର ସାହୁଙ୍କ ଶୁଭ ଜନ୍ମଦିନ ପାଇଁ ସମସ୍ତେ ତାଙ୍କୁ ଶୁଭେଛା ଜଣାଇବା ସହ ଉତ୍ସବ ପାଳନ କରିଥିଲେ। ଶେଷରେ ଅଭିମନ୍ୟୁ ବାଦୀ ବ୍ୟବସାୟୀ ମାନଙ୍କ ଏକତା ଓ ଶୃଙ୍ଖଳିତ ବ୍ୟବସାୟ ନେଇ ଗଠନମୂଳକ ପରାମର୍ଶ ଦେଇଥିବା ବେଳେ ରେଜେଶ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

,

Recent Comments

Leave Comments

Top