ବୌଦ୍ଧ/୨୨/୧୨ /୨୦୨୪./ ଆଧାର ମିଡ଼ିଆ/ ଜଳର ସଠିକ୍ ପରିଚାଳନା ଓ ସୁବିନିଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ପାଣି ପଞ୍ଚାୟତ ପକ୍ଷ ୨୦୨୫ ପାଳନ କରାଯାଉଛିl ଏହି ପରିପ୍ରେକ୍ଷୀରେ ଆଜି ଏକ ସଚେତନତା। ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲା ଏହି ରଥକୁକୁ ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ପତାକା ଦେଖାଇ ଉଦଘାଟନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଅଫିସର ସମସ୍ତ ସଦସ୍ୟ, ନିର୍ବାହୀ ଯନ୍ତ୍ରୀ, ଉଠା ଜଳ ସେଚନ ବିଭାଜନ, ବୌଦ୍ଧ, ନିର୍ବାହୀ ଯନ୍ତ୍ରୀ ବୌଦ୍ଧ ଜଳ ସେଚନ ବିଭାଜନ ବୌଦ୍ଧ ଏବଂ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ ବୌଦ୍ଧର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଏହି ରଥ ଚଳିତମାସ ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତ ଗମନ କରି ସମସ୍ତ ସଦସ୍ୟ ଓ କୃଷକ ମାନଙ୍କୁ ପାଣିର ଉପଯୋଗୀତା ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବ l ପାଣି ପଞ୍ଚାୟତ ଅବସରରେ ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗ ତରଫରୁ ଏହି ଆୟୋଜନ କରାଯାଇଅଛିl
Recent Comments