logo
add image
ଜିଆଇଇଟି ବିଶ୍ଵବିଦ୍ୟାଳୟର ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ

ଜିଆଇଇଟି ବିଶ୍ଵବିଦ୍ୟାଳୟର ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ "ସୃଜନ ୩.୦"ଉଦଯାପିତ

ଗୁଣୁପୁର/୨୪/୧୨/୨୪/ (ଆଧାର ମିଡ଼ିଆ) ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ତିନଦିନ ଧରି ଚାଲିଥିବା ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ "ସୃଜନ ୩.୦ ଉଦଯାପିତ ହୋଇଯାଇଛି।ଏହି ଅବସରରେ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଏହି ମାରାଥନ ସ୍ଥାନୀୟ ଭେଙ୍କେଟେଶ୍ଵର ମନ୍ଦିରରୁ ଆରମ୍ଭ ହୋଇ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା। ଏଥିରେ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଜାତୀୟ ସେବା ଯୋଜନାରର ସ୍ବେଚ୍ଛାସେବୀ,ଏନସିସି କେଡର,କର୍ମଚାରୀ ବୃନ୍ଦ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ। ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ମାରାଥନର ଶୁଭାରମ୍ଭ କରିବା ପ୍ରତ୍ୟେକ ଦିନ ଦୌଡିବା ଦ୍ଵାରା ଶରୀର ସୁସ୍ଥ ରହିବା ସହ ଶରୀର ରୋଗ ମୁକ୍ତ ହେବବୋଲି କହିଥିଲେ।ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ଡ.ଏ ଭି ଏନ ଏଲ ଶର୍ମା, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ , ପରୀକ୍ଷା ନିୟନ୍ତ୍ରକ ପି ବିଜୟ କୁମାର ପ୍ରମୁଖ ଯୋଗ ଉପସ୍ଥିତ ଥିଲେ। । ସକାଳେ ଏହି ଉଦଯାପନୀ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଶେଷ ଅତିଥି ଭାବେ ହାଇଦ୍ରାବାଦସ୍ଥିତ ଜେଲିସ କଂପାନୀର ସିନିୟର୍ ପ୍ରିନ୍ସିପଲ୍ ଅର୍କିଟେକଚର ଟି ବିଦ୍ୟାସାଗର ଓ ମୀରାକଲ୍ ସଫ୍ଟୱେରର ମ୍ୟାନେଜର ଭି.ମଧୁ ଯୋଗଦେଇ କମ୍ପ୍ୟୁଟର ବିଜ୍ଞାନର ବିଭିନ୍ନ ଭବିଷ୍ୟତର ଆହ୍ଵାନ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଉପଦେଶ ଦେଇଥିଲେ। କମ୍ପ୍ୟୁଟର ସାଇନ୍ସ ବିଭାଗର ଡେପୁଟି ଡିନ ଡ଼ କେ ମୁରଲୀ ଗୋପାଳ  ମଞ୍ଚସିନ ଥିଲେ।ବିଶ୍ଵବିଦ୍ୟାଳୟର ପରୀକ୍ଷା ନିରୀକ୍ଷକ ଡ ପି.ବିଜୟ କୁମାର ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ନଳିନୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାକାଳିନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁଣୁପୁର ଉପ ଜିଲ୍ଲାପାଳ ଉପ ଜିଲ୍ଲାପାଳ କିରଣ ଦୀପ କୌର ସହଟାତ ଯୋଗ ଦେଇ ଦୀପ ପ୍ରଜଳନ ଶୁଭାରମ୍ଭ କରିଥଲେ। ସମ୍ମାନୀୟ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ତହସିଲଦାର ଲୀଳାବତୀ  ଆଚାର୍ଯ୍ୟା ,ବି ଡ଼ି ଓ ଶୁଭ୍ରାଞ୍ଜଳି ପ୍ରଧାନ ,ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ ସତ୍ୟଜିତ ନାୟକ, ଆଇ ଆର ବି ଏନ ଦୂର୍ଗପତି ବ୍ରଜ ମୋହନ ନାୟକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଅମୂଲ୍ୟ ଧଳ,ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା, ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଏନ ଭି ଜେ ରାଓ,ଆବାହକ ବିଭୂ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ  ମଣ୍ଟୁ ଛୁରିଆଙ୍କ ସଙ୍ଗୀତରେ ଦର୍ଶକମାନେ ଝୁମିଲେ।  ପରିଶେଷରେ  ମଣ୍ଟୁ ଛୁରିଆଙ୍କୁ  ଉପସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା,ମହା ନିର୍ଦେଶକ ଡ଼ ଜଗଦୀଶ ପଣ୍ଡା , ରେଜିଷ୍ଟ୍ରାର ଡ଼  ଏନ ଭି ଜଗନ୍ନାଧା ରାଓ , ପ୍ରମୁଖ ଉପଡୋକନ ଦେଇ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମରେ  ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ଡିନ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନଙ୍କ ସହ ଅଞ୍ଚଳବାସିଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ,

Recent Comments

Leave Comments

Top