logo
add image


ଦେବଗଡ/୨୪/୧୨/୨୦୨୪/( ଆଧାର ମିଡ଼ିଆ )ଜ଼ିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଉତ୍ସବ ପ୍ରଧାନପାଟ ୨୦୨୫ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନପାଟ ବଡ଼ବଗିଚା ମୁକ୍ତ ରଙ୍ଗମଞ୍ଚରେ ଜାନୁଆରୀ ୨୯ ରୁ ଆରମ୍ଭ ହୋଇ ପେବୃଆରୀ ୨ ରେ ଉଦଯାପିତ ହେବ। ଏ ନେଇ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉତ୍ସବ ପ୍ରଧାନପାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉତ୍ସବ ପାଞ୍ଚଦିନ ଧରି କରିବା ପାଇଁ ସ୍ଥିର କରାଯାଇଛି ।  ଉତ୍ସବ ଆୟୋଜନ ନିମନ୍ତେ ଜ଼ିଲ୍ଲାର ଲୋକ ନୃତ୍ୟ ଦଳ ଏବଂ ଅନ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଲୋକ ନୃତ୍ୟ ଜ଼ିଲ୍ଲାରେ ଥିବା ତିନି ବ୍ଲକର ସାଂସ୍କୃତିକ ଦଳକୁ ଯୋଗାଯୋଗ କରାଯିବା। ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଉତ୍ସବ ଅବସରରେ ପଲିଶ୍ରୀମେଳା, ପୁସ୍ତକମେଳା, ଖାଦ୍ୟମେଳା, ଏବଂ ଜ଼ିଲ୍ଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ। ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସୁପରିଚାଳନା ନିମନ୍ତେ ଭିନ୍ନଭିନ୍ନ ସବ କମିଟି ଗଠନ କରାଯିବ। ବୈଠକରେ ଜ଼ିଲ୍ଲାପରିଷଦ ଅଧକ୍ଷ କୌଶିକ କୁମାର ପ୍ରଧାନ,ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୌରପରିଷଦ ଅଧକ୍ଷା ଶାନ୍ତି ମଞ୍ଜରୀ ଦେଇ, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ସହକାରୀ ଜ଼ିଲ୍ଲାପାଳ ହେମନ୍ତ ସିଂ, ତାପସ ମହନ୍ତ, ଜ଼ିଲ୍ଲା ସଂସୃତି ପରିଷଦ ର ସଦସ୍ୟ ମାନେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ। ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
            ( ପ୍ରତାପ କିଶୋର ନାୟକ। ଆଧାର ମିଡିଆ-ଦେବଗଡ଼।)

Recent Comments

Leave Comments

Top