ସୋନପୁର/୨୪/ ୧୨/(ଆଧାର ମିଡ଼ିଆ ): ସୁବର୍ଣ୍ଣପୁର ଜିଲ୍ଲା ସଦର ଏନ ଜି ଓ ସି ସି ସଭାଗୃହ ଠାରେ ରେଆର୍ ସୋନପୁର ତରଫରୁ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ, ଓ ଉପ ନିୟନ୍ତ୍ରକ ବୈଧ ଓଜନ ଓ ମାପ ବିଭାଗ, ସୁବର୍ଣ୍ଣପୁର ସହାୟତା ରେ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି!ଅତିଥିଭାବେ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଗୋପାଳ ଚନ୍ଦ୍ର ମଲ୍ଲିକ,ଅତିରିକ୍ତ ବେସାମାରିକ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ଉପନିୟନ୍ତ୍ରକ ବୈଧ ଓଜନ ଓ ମାପ ବିଭାଗ, ସୁବର୍ଣ୍ଣପୁର, ରେଆର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା ଯୋଗ ଦେଇ ଖାଉଟି ସୁରକ୍ଷା ଆଇନ ୨୦୧୯,ଖାଉଟି ଅଧିକାର, ଓ ଖାଉଟି ବିବାଦ ସମାଧାନ ବିଷୟରେ ଆଲୋଚନା କରିଥିଲେ, ପ୍ରକଳ୍ପ ସଂଯୋଯକ ଅବନୀ କୁମାର ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ, ଶେଷରେ ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ
Recent Comments