ଅମ୍ବାଭୋନା/ ୨୫/୧୨/ (ଆଧାର ମିଡ଼ିଆ) ପରିବର୍ତ୍ତିତ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୩୦ ମସିହା ସୁଦ୍ଧା ବିଶ୍ୱକୁ ଦାରିଦ୍ର ମୁକ୍ତ କରିବା ସହିତ ଅସମାନତା ହ୍ରାସକରି ସମାଜକୁ ଶାନ୍ତି ଓ ପ୍ରଗତିର ପଥରେ ଆଗେଇ ପାରିବ। ମିଳିତ ଜାତିସଂଘର ୧୯୩ ସଦସ୍ଯ ରାଷ୍ଟ୍ର ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ଯ ହାସଲ ଦିଗ ରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ତେବେ ଦୀର୍ଘସ୍ଥାୟି ବିକାଶ ଲଷ୍ଯ ହାସଲର ପ୍ରମୁଖ ଉଦ୍ଦେଶ୍ଯ ହେଉଛି ବିଶ୍ୱର କୌଣସି ବି ବ୍ଯକ୍ତି ଯେପରି ବାଦ ପଡିବେ ନାହିଁ ବୋଲି ଅମ୍ବାଭୋନାବ୍ଳକ କାର୍ଯ୍ଯାଳୟ ମିଶନ ଶକ୍ତି ସଭା ଗୃହ ରେ ଗ୍ରାମ୍ଯ ଉନ୍ନୟନ ବିଭାଗ ର ନିର୍ଦ୍ଦେଶ କ୍ରମେ ଦୀର୍ଘସ୍ଥାୟୀ ବିକାଶ ଲଷ୍ଯ ର ସ୍ଥାନାନ୍ତରଣର ପ୍ରଶିକ୍ଷଣ କର୍ମଶାଳାରେ ମତପ୍ରକାଶ ପାଇଥିଲା। ଏହି ପ୍ରଶିକ୍ଷଣରେ ଅମ୍ବାଭୋନାବ୍ଳକର ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୋସ୍ନାରାଣୀ ସାହୁ, ଅମ୍ବାଭୋନା ବ୍ଳକର ସମନ୍ଵିତ ଶିଶୁ ବିକାଶ ବିଭାଗର ସିଡିପିଓ ଜୟନ୍ତି ଗଡତ୍ଯା, ବିଏସଏସଓ ଟିକେଶ୍ବର ପଟେଲ, ଡିଆରଡିଏ ବିଭାଗର ସଂଯୋଜକ ଭାବେ ଅରୁଣ କୁମାର ସାହୁ ଯୋଗଦେଇଥିଲେ। ଏହି କର୍ମଶାଲା ରେ ପ୍ରଶିକ୍ଷକ ଭାବେ ଡାନିଏଲ କଲେତ ଓ ଲଷ୍ମୀ ପଣ୍ତା ସାମାଜିକ ଭାବେ ସୁରକ୍ଷିତ ଗ୍ରାମପଞ୍ଚାୟତ ବିଷୟ ର ଦୀର୍ଘସ୍ଥାୟି ବିକାଶ ଲଷ୍ଯର ୧୭ଟି ଲଷ୍ଯକୁ ନେଇ ଏହାର ସ୍ଥାନାନ୍ତରଣର ୯ ଗୋଟି ବିଷୟଭିତ୍ତିକ କ୍ଷେତ୍ର ପ୍ରସ୍ତୁତ ସଂପର୍କରେ ବିଶଦ ଭାବେ ଆଲୋଚନା କରି ବୁଝାଇଥିଲେ। ଏହି କର୍ମଶାଳାରେ ଅମ୍ବାଭୋନାବ୍ଳକ ର ବିଭିନ୍ନ ଗ୍ରାମପଞ୍ଚାୟତ ସରପଞ୍ଚ, ମିଶନ ଶକ୍ତି ମହିଲା କର୍ମକର୍ତ୍ତା,ଆଶା, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ହୋଇଥିଲେ। ପରିଶେଷରେ ଜିପିଓ ସୁଶାନ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments