କଣିହାଁ/୨୫/୧୨/ (ଆଧାର ମିଡ଼ିଆ ) ଜେଆଇପିଏଲ ଡେରେଙ୍ଗ କ୍ଷତିଗ୍ରସ୍ତ ବେକାର ଯୁବ କମିଟି ପକ୍ଷରୁ ନିଯୁକ୍ତି ଦାବିରେ ଜେଆଇପିଏଲ ଡେରେଙ୍ଗ ମୁଖ୍ଯ ଫାଟକ ସମ୍ମୁଖରେ ଗତ ୧୪ ତାରିଖ ଶନିବାର ଦିନ ସକାଳ ୬ ଟାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ୟ୍ଯନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଚାଲୁରହିଛି। ଏହି ଧାରଣା ଆଜି ୧୨ଦିନରେ ପହଞ୍ଚିଛି। କ୍ଷତିଗ୍ରସ୍ତ ବେକାର ଯୁବକମାନଙ୍କୁ ମେଣ୍ଟେନାନ୍ସ କାମରେ ନିଯୁକ୍ତି, ପରିବେଶ ପ୍ରଦୂଷଣ ବନ୍ଦ ଆଦି ଦାବୀରେ ବହୁ କ୍ଷତିଗ୍ରସ୍ତ ବେକାର ଯୁବକ ଏହି ଧାରଣା ଆନ୍ଦୋଳନରେ ସାମିଲ ରହିଛନ୍ତି । କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ଜିନ୍ଦଲ କତୃପକ୍ଷଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ବାସ୍ତବ ପଦେକ୍ଷପ ନନେବା ଯୋଗୁଁ ବାଧ୍ୟହୋଇ ଯୁବକ ମାନେ ଧାରଣା ଦେଇଛନ୍ତି ବୋଲି କମିଟି ପ୍ରକାଶ କରିଛି। ଏହି ଧାରଣା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ଆନ୍ଦୋଳନ କାରି ପ୍ରକାଶ କରିଛନ୍ତି।
Recent Comments