logo
add image
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ ସମାରୋହ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ ସମାରୋହ

ସୁବର୍ଣ୍ଣପୁର/୨୫/୧୨/୨୪/ ( ଆଧାର ମିଡ଼ିଆ )-ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଶାସନିକ ଉତ୍କର୍ଷତାର ସ୍ଥପତି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭାରତ ରତ୍ନ ବାଜପେୟୀଙ୍କ ଜୀବନ ଦର୍ଶନ ତଥା ପ୍ରଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ଉଲ୍ଲେଖକରି ବାଜପେୟୀ ଜଣେ ଅଭିଜ୍ଞ ରାଷ୍ଟ୍ର ନୀତିଜ୍ଞ ଥିଲେବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟାରୁପା ରଥ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମାନ୍ୟବର ସାଂସଦ ବଲାଙ୍ଗୀରଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଶରତ କୁମାର ଶତପଥି ଯୋଗଦାନ କରି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶ ଓ ଲୋକାଭିମୁଖୀ ଯୋଜନା ତଥା କାର୍ଯ୍ୟାବଳୀର ସ୍ମୃତିଚାରଣ କରିଥିଲେ।
ମୁଖ୍ୟବକ୍ତା ଭାବେ ଉଲୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଦେବାଶିଷ ପାଣ୍ଡିଆ ବକ୍ତବ୍ୟରେ ବାଜପେୟୀଙ୍କୁ ସତ୍ୟନିଷ୍ଠ, ସମୟାନୁବର୍ତ୍ତିତା ତଥା ଜନପ୍ରିୟ ଦୂରଦୃଷ୍ଟି ଜନନେତା ଭାବେ ଉଲ୍ଲେଖ କରି ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ବରିଷ୍ଟ ଆଇନଜୀବୀ ଶ୍ରୀ ମଧୁସୂଦନ ପ୍ରଧାନ ବାଜପେୟୀଙ୍କ ରାଜନୈତିକ ଜୀବନର ଉଲ୍ଲେଖନିୟ ଘଟଣାର ସ୍ମୃତିଚାରଣ ସହ ସ୍ୱଚ୍ଛ ଶାସନ, ବୈଦେଶିକ ନୀତି ତଥା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନର ସ୍ମୃତି ଚାରଣ କରିଥିଲେ।
 ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଦ୍ୱାରା ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଶିକ୍ଷାବିତ  ଲକ୍ଷ୍ମୀନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅଟଳ ଶୀର୍ଷକ ଏକ କବିତା ପାଠୋତ୍ସବରେ ଜିଲ୍ଲାର ସୁନାମଧନ୍ୟ କବି କବିୟତ୍ରୀଙ୍କ ଦ୍ୱାରା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଆଧାରିତ କବିତା ପାଠୋତ୍ସବ ଅନୁଷ୍ଠିତ କରାଯାଇ ଅତିଥିଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ଭବ୍ୟ କବିତା ପର୍ବରେ ଶ୍ରୀ ବେଣୁଧର ପ୍ରଧାନ,ଡ଼ଃ ସୌରଭ ରଞ୍ଜନ ଖମାରୀ, ଡ଼ଃ ପୁରୁଷୋତ୍ତମ ମିଶ୍ର,ଅଦ୍ୱେତ ପଣ୍ଡା,ରଞ୍ଜିତା ପଣ୍ଡା,ରଞ୍ଜୁ ଅମାତ, ଲକ୍ଷ୍ମୀନାରାୟଣ ସାହୁ, ସୁନନ୍ଦା ସାହୁ, ରୁବି ବେହେରା, ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରମୁଖ କବିତା ଆବୃତ୍ତି କରିଥିଲେ । ବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ବତ୍କୃତା ପ୍ରତିଯୋଗିତାରେ ସାହାରା ଟ୍ରଷ୍ଟ ହାଇସ୍କୁଲର ଅଦ୍ୟନ୍ତ କୁମାର ପଣ୍ଡା ପ୍ରଥମ, ସତ୍ୟମ ବାରିକ ଦ୍ଵିତୀୟ, ଓ ପତିତପାବନ ଖେତୀ ତୃତୀୟ, ସେହିପରି କବିତା ଆବୃତ୍ତି ପ୍ରତିଯୋଗିତାରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ପ୍ରଥମ, ଅପର୍ଣ୍ଣା ତ୍ରିପାଠୀ ଦ୍ଵିତୀୟ ଓ ଆଦ୍ୟାଶା ପୁରୋହିତ ତୃତୀୟ ଭାବେ  ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ସମାରୋହ ଶେଷରେ ସାହାରା ଟ୍ରଷ୍ଟ ହାଇସ୍କୁଲ ଓ ମହାରାଜା ହାଇସ୍କୁଲର ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Recent Comments

Leave Comments

Top