ବୌଦ୍ଧ/୨୯/୧୨/ (ଆଧାର ମିଡ଼ିଆ) ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରେ ରବିବାର ଦିନ ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ଜିଲ୍ଲା ବ୍ରାହ୍ମଣ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ରାଜେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ବ୍ରାହ୍ମଣ ମହାସଭାର ସଭାପତି ପର୍ଶୁରାମ ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରେମାନନ୍ଦ ଦାଶ, ରାଜ୍ୟ ସମ୍ପାଦକ ବ୍ରହ୍ମଚାରୀ ହରି ଚରଣ ଦାଶ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ | ଜିଲ୍ଲା ସମ୍ପାଦକ ଶମ୍ଭୁ ପ୍ରସାଦ ମିଶ୍ର ବାର୍ଷିକ ଉତ୍ସବରେ ବାର୍ଷିକ ବିବରଣୀ ପଠନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ତଥା ରାଜ୍ୟରେ ବ୍ରାହ୍ମଣ ମାନଙ୍କ ସ୍ୱାଧିକାର ଓ ସ୍ୱାଭିମାନ ରକ୍ଷା ପାଇଁ କାର୍ଯ୍ଯ କରାଯିବା ସହିତ ସେମାନଙ୍କୁ ସେମାନଙ୍କ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ସତ୍ତ୍ୱେ ସରକାରୀ ଚାକିରୀ କ୍ଷେତ୍ରରେ ବିଭିନ୍ନ ଆଳ ଦେଖାଯାଇ ଚାକିରିରୁ ବଞ୍ଚିତ କରାଯିବl ଯଥାର୍ଥ ନୁହେଁ ବୋଲି ଆଲୋଚନା କରାଯାଇଥିଲା l ବ୍ରାହ୍ମଣ ତଥା ଅନ୍ଯ ହିନ୍ଦୁ ମହିଳା ମlନଙ୍କର ସଶକ୍ତି କରଣ ଓ ବ୍ରାହ୍ମଣ ମାନଙ୍କ ମର୍ଯ୍ୟାଦା ରକ୍ଷାପାଇଁ ଯଥାକ୍ରମେ ଶକ୍ତି ବାହିନୀ ଓ ପର୍ଶୁରାମ ବାହିନୀର ଜିଲ୍ଲା ପ୍ରଭାରୀ ଚୟନ କରାଯାଇଥିଲା l ଏହା ପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୌଦ୍ଧ ଜିଲ୍ଲା ଓ ୨୦ ଗୋଟି ଜିଲ୍ଲାରୁ ଆସିଥିବା ବ୍ରାହ୍ମଣ ସମାଜର ବିଭିନ୍ନ ପୁରୁଷ ଓ ମହିଳାଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ରାଜ୍ଯ ଭିତରୁ ବ୍ରାହ୍ମଣ ମହାସଭାର ୨୦୦ ରୁ ଉର୍ଦ୍ଧ୍ଵ ପୁରୁଷ ଓ ମହିଳା କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ |
Recent Comments