ଢେଙ୍କାନାଳ/୨୯/୧୨/୨୦୨୪/ (ଆଧାର ମିଡ଼ିଆ//ରିପୋର୍ଟ- ପ୍ରଦ୍ୟୋତ କୁମାର ବିଶ୍ୱାଳ) : ଢେଙ୍କାନାଳ ସହର ସ୍ଥିତ ପୁର୍ତ୍ତବିଭାଗ ଡାକବଙ୍ଗଳା ଠାରେ "ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ଓଡ଼ିଶା" ଢେ଼ଙ୍କାନାଳ ଜିଲ୍ଲା ଶାଖାର ବୈଠକ ଓ ବନ୍ଧୁମିଳନ ହୋଇଯାଇଛି। ବରିଷ୍ଠ ସଭ୍ୟ ଗଗନ ବିହାରୀ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗ ଦେଇ ଏସୟୁଜେ ଓଡ଼ିଶା ସଂଗଠନ ସମ୍ପର୍କରେ ଉପସ୍ଥିତ ସଭ୍ୟସଭ୍ୟା ମାନଙ୍କୁ ଅବଗତ କରିଥିଲେ । ଜାତୀୟ ପରିଷଦ ସଭ୍ୟ ମଧୂପ ରଞ୍ଜନ ନନ୍ଦଙ୍କ ଆବାହକତ୍ବ ତଥା ପ୍ରଦ୍ୟୋତ କୁମାର ବିଶ୍ଵାଳଙ୍କ ପରିଚାଳନା କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିପିନ ବିହାରୀ ସେଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ସେମାନଙ୍କ ମତାମତ ରଖି ଏସୟୁଜେ ଓଡ଼ିଶା ଗଠନର ଉଦ୍ଦେଶ୍ୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ରାଜ୍ୟ ସଭାପତିଙ୍କ ସହ ଅନ୍ୟ ବରିଷ୍ଠ ସଭ୍ୟମାନେ ସଙ୍ଘର ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ରଖିଥିଲେ। ସବୁ ବ୍ଲକରୁ ବରିଷ୍ଠ ସାମ୍ବାଦିକ ଆସି ଏହି ଏହି ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟରେ ଯୋଗ ଦେଇଥିଲେ । ସଭା ଶେଷରେ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments