logo
add image
ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାପାଇଁ ବୁଲିଲା ସଚେତନତା ରଥ .

ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାପାଇଁ ବୁଲିଲା ସଚେତନତା ରଥ .

ବୌଦ୍ଧ/୩୦ା୧୨/୨୦୨୪/ (ଆଧାର ମିଡ଼ିଆ ) ବୌଦ୍ଧ  ମହୋତ୍ସବ ଓ ପଲ୍ଲୀ ଶ୍ରୀମେଳା ପାଇଁ ବୁଲିଲା ସଚେତନତା ରଥ ଆସନ୍ତା ଜାନୁୟାରୀ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ କଚେରୀ ପଡିଆଠାରେ ହେବାକୁ ଥିବା ବେଳେ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଚଳିତବର୍ଷ ପାଇଁ ମହୋତ୍ସବ ମକୁ ପଦ୍ମଶ୍ରୀ ସ୍ୱର୍ଗତ ଡଃ. ସାଧୁ ମେହେରଙ୍କ ନାମରେ ନାମିତ କରାଯାଇଥିଛି । ମେଳା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହିଥିବା ଜଣାଯାଇଛି । ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ବାର୍ତା ନେଇ ଏକ ସଚେତନତା ରଥକୁ ସୋମବାର ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତଥିଲେ । ଏହିରଥ ଜଲ୍ଲାର ତିନୋଟି ବ୍ଲକରେ ବିଭିନ୍ନ ଗ୍ରାମ ବୁଲି ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ପ୍ରଚାର ପ୍ରସାର କରିବା ସହିତ ଲୋକଙ୍କ ମଧ୍ୟରେ ମେଳା ବୁଲିବା ପାଇଁ ଆକର୍ଷଣ ସୃଷ୍ଟି କରିବ ବୋଲି ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ସୂଚନା ଦେଇଛନ୍ତି।

Recent Comments

Leave Comments

Top