ସୋନପୁର/୩୧/୧୨/୨୦୨୪/ ଆଧାର ମିଡ଼ିଆ// ଆଜି ସୁବର୍ଣ୍ଣପୁର ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ମଣ୍ଡପ ଠାରେ ଡ଼ଃ ଅଭିଷେକ ମିଶ୍ର ସ୍ମୃତି କମିଟି ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଓ ସିଟି ସେଣ୍ଟର୍ ସୋନପୁର ତରଫରୁ କମ୍ପ୍ୟୁଟର ମାଧ୍ୟମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଜଣେ ମହିଳାଙ୍କ ସମେତ ୨୦ ଜଣ ରକ୍ତଦାତା ରକ୍ତଦାନ କରିଥଲେ । ସେହିପରି ୭୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିଲା। ୨୦ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସକାଶେ ଚିହ୍ନଟ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ହାଇକୋର୍ଟ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଶୁଭ ଉଦ୍ଘାଟନ କରିଥିବା ବେଳେ ସମାଜସେବୀ ବୈକୁଣ୍ଟ ଶତପଥୀ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶେଷଦେବ ମେହେର, ଆଇନଜୀବୀ ଗୌରୀ ଶ୍ୟାମ ପଣ୍ଡା, କେଦାର ମିଶ୍ର, ସମାଜ ସେବୀ ଲଡୁ ମଲ୍ଲିକ, ଶ୍ରୀବତ୍ସ ମଲ୍ଲିକ ଏଠାରେ ଅତିଥି ଭାବେ ଯୋଗ ଦେଇଥିଲେ l ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ରକ୍ତଦାନ ଶିବିରକୁ ଜଷ୍ଟିସ ଦାଶ ଏହାକୁ ଉଦ୍ଘାଟନ କରି ସ୍ୱର୍ଗୀୟ ଆତ୍ମାଙ୍କ ଶ୍ରଦ୍ଧାଞ୍ଜଳି ସକାଶେ କରାଯାଉଥିବା ମହତ୍ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରକାଶ ଥାଉ କି ଯେ କିଛିଦିନ ପୂର୍ବରୁ ଶିଶୁ ଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ଏଇ ସୁଯୋଗ୍ୟ ସନ୍ତାନ ତଥା ଯୁବ ପ୍ରତିଭା ଡ଼ଃ ଅଭିଷେକ ମିଶ୍ରଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପବିତ୍ର ଗୀତା ଜୟନ୍ତୀ ତିଥି ରେ ସୋନପୁର ଶିଶୁ ଗୃହ ଠାରେ ଶିଶୁ ମାନଙ୍କୁ ଅନ୍ନ ଭୋଜନ ରେ ଆପ୍ୟାୟିତ କରଯାଇଥିଲା l ଓ ସ୍ଥାନୀୟ ଘୋଡାଘାଟ ପଡ଼ା ଦଧି ବାମନ ମନ୍ଦିର ଦଧି ବାମନ ମନ୍ଦୀର ରେ ମଧ୍ୟ ବ୍ରାହ୍ମଣ ଭୋଜନ ର ବ୍ୟବସ୍ଥା କରାଯାଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରଯାଇଥିଲା l ପ୍ରକାଶ ଥାଉ କି ଯେ ଡ଼ଃ ଅଭିଷେକ ମିଶ୍ରଙ୍କ ମାଣ୍ଡିଆ ସନ୍ଦର୍ଭ ଆନ୍ତର୍ଜାତିକ ସ୍ତରରେ ସ୍ଵୀକୃତି ପାଇବା ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲାର ଗୌରବକୁ ଗୁଣିତ କରିଥିବା ଜଣା ଯାଇଛି l "ଅଭିଷେକଙ୍କ ମାଣ୍ଡିଆ ସନ୍ଦର୍ଭ" ଯାହାକି ୬୭ ଗୋଟି ଦେଶ ସ୍ଵୀକୃତି ପ୍ରଦାନ କରିଥିବା ବିଷୟ ଅଭିଷେକ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି l
Recent Comments