logo
add image
ସଡ଼କ ସୁରକ୍ଷା ସଚେତନତା ମାସ ୨୦୨୫ର ଉଦଘାଟନ,

ସଡ଼କ ସୁରକ୍ଷା ସଚେତନତା ମାସ ୨୦୨୫ର ଉଦଘାଟନ,

ସୁବର୍ଣ୍ଣପୁର/.0୧/0୧/୨୫ / (ଆଧାର ମିଡ଼ିଆ )- ୧/୦୧/୨୦୨୫/ ଠାରୁ ୩୧/୦୧/୨୦୨୫/ ପର୍ଯ୍ୟନ୍ତ ଏକମାସ ବ୍ୟାପି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୨୦୨୫ ର ପ୍ରଥମ ତଥା ଉଦଘାଟନୀ ଦିବସ କାର୍ଯ୍ୟକ୍ରମ ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣପୁରଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସକାଳ 0୮ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ କାର୍ଯ୍ୟକ୍ରମରେ ଯୋଗଦାନ କରି ସଡକ ସୁରକ୍ଷା ଉପରେ ଅନେକ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିବା ସହିତ ଦୁର୍ଘଟଣା ମୃତ୍ୟୁକୁ ଶୂନ କରିବା ଲକ୍ଷ୍ୟକୁ ହାସଲ କରିବା ଉପରେ ବିଶେଷ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀ ତଥା ଜନସାଧାରଣଙ୍କୁ ପରାମର୍ଶ ଦେଇ ଆର ଟି ଓ ଅକ୍ଷୟ କୁମାର ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ଶୋଭାଯାତ୍ରା ଓ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସଡ଼କ ସୁରକ୍ଷା ସଚେତନତା ଚଳିତ ବର୍ଷ ଗୋଟିଏ ମାସଧରି ଅନୁଷ୍ଠିତ ହେବାକୁ ଥିବା ଆର ଟି ଓ ଶ୍ରୀ ଜେନା ସୂଚୀତ କରିଥିଲେ।
ଏହି ପରିପ୍ରେକ୍ଷୀରେ ମାସର ପ୍ରଥମ ସପ୍ତାହରେ ବିଭିନ୍ନ ଅନୁଷ୍ଠାନ, ଏନ ସି ସି, ସ୍ବେଛାସେବୀ ଅନୁଷ୍ଠାନ ପ୍ରଭୁତିର ସଦସ୍ୟା ସଦସ୍ୟଙ୍କୁ ନେଇ ୱାକାଥନ ଅନୁଷ୍ଠିତ କରାଯିବ l ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ସଚେତନତା ରଥ ଦ୍ଵାରା ଜନସାଧାରଣ ପାଇଁ  ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଭିଡ଼ିଓ ପ୍ରଦର୍ଶନ ସହ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଭିଡ଼ିଓ ପ୍ରଦର୍ଶନ କରାଯିବ l ସପ୍ତାହକୁ ବିଶେଷ ସ୍ମରଣୀୟ କରିବାକୁ ଏକ ରକ୍ତଦାନ ଶିବିର ଅୟୋଜନ ସହ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ ଅନୁଷ୍ଠିତ କରାଯିବ l ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ବର୍ଗରେ ସଡ଼କ ସୁରକ୍ଷାର ବାର୍ତ୍ତାକୁ ପହଂଚାଇବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇ ଉଦଯାପନୀ ଦିବସରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ l
ବିଭାଗ ତରଫରୁ ସଡ଼କ ଦୁର୍ଘଟଣା ସମୟରେ ଓ ପରେ କିପରି ଭାବେ ଆମେ ଆହତ ବ୍ୟକ୍ତିର ତୁରନ୍ତ ଆଶୁ ଚିକିତ୍ସାର ବ୍ୟବସ୍ଥା କରିପାରିବା ସେଥିପାଇଁ ରକ୍ଷକ ଯୋଜନା ଅଧୀନରେ ପ୍ରାଥମିକ ଚିକିତ୍ସା ଟ୍ରେନିଂର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି l ଆଜି ଉଦଘାଟନୀ ତଥା ପ୍ରଥମ ଦିବସରେ ଅନୁଷ୍ଠିତ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ସଚେତନତା ବାର୍ତା ପ୍ଲାକାର୍ଡ ପ୍ରଦର୍ଶନ କରି ସହର ପରିକ୍ରମା କରିଥିଲେ ଏବଂ ରକ୍ଷକ ଟିମଦ୍ଵାରା ପଥପ୍ରାନ୍ତ ସଚେତନତା ଓ ଫାଷ୍ଟଆଡ୍ ତାଲିମ୍ ପ୍ରଦାନ କରିଥିଲେ। ସେହିପରି ସଚେତନତା ରଥ ଆଜି ସୋନପୁର ସହର ତଥା ବ୍ଲକ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଇବ l ଏହି ସଚେତନତା ଶୋଭାଯାତ୍ରା ରେ ଜିଲ୍ଲା ନର୍ସିଙ୍ଗ ସ୍କୁଲର ଛାତ୍ର ଛାତ୍ରୀ, ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ, ଏନ ସି ସି ଛାତ୍ର ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ଆଧ୍ୟାପକ ଉମାକାନ୍ତ ନାଗ, ଚନ୍ଦ୍ରମଣି ବାଗ, ଚନ୍ଦ୍ରଶେଖର ମହାପାତ୍ର, ଗୋପେଶ ପଣ୍ଡା, ତପସ୍ଵିନି ଦାସ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବସ ସଙ୍ଘ, ଟ୍ରକ ସଙ୍ଘ ର କର୍ମକର୍ତ୍ତା, ସାମ୍ବାଦିକ ତଥା କାର୍ଯ୍ୟାଳୟର ଏମ ଭି ଆଇ ଶ୍ରୀ ବିଶ୍ବରଂଜନ ସାହୁ, ଟ୍ରାଫିକ ସବ ଇନସ୍ପେକ୍ଟର ପୂଜା ଭେଙ୍ଗରା, ଚିତ୍ତରଞ୍ଜନ ଭୋଇ, ଅବିନାଶ ଭୁଏ, ହିମାଂଶୁ ରଞ୍ଜନ ସାହୁ ଏବଂ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

Recent Comments

Leave Comments

Top