ପୁରୀ/୦୨/୦୧/୨୦୨୫/( ଆଧାର ମିଡ଼ିଆ )ଗୁରୁବାର ଦିନ ପୁରୀ ଜିଲ୍ଲା ସ୍ଥରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଦିବସ ଡେଲାଙ୍ଗ ଜଳ ସେଚନ ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଆନୁଷ୍ଠାନିକ ଭାବରେ ପାଳନ ହୋଇଛି. ଏଥିରେ ମୁଖ୍ୟ ଅତିଥି ଭାବରେ ଡେଲାଙ୍ଗ - ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ଆଶ୍ରିତ ପଟ୍ଟନାୟକ. ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଯୋଗ ଦେଇଥିବା ବେଳେ ପୁରୀଜିଲ୍ଲା ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଅମୀୟ କୁମାର ସେଠ. ନିମାପଡା ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ନାଥ ଦଳାଇ ଉପସ୍ଥିତ ରହିଥିଲେ. ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ଖୁସିର ସହିତ କହିଥିଲେ ଆଜକୁ ପ୍ରାୟ ୨୪ବର୍ଷ ଧରି ଡେଲାଙ୍ଗରେ ହଜି ଯାଇଥିବା ବିଭାଗ ପୂର୍ଣ୍ଣର ଜୀବିତ ପାଇଥିବା ବେଳେ ଏହି ଅଞ୍ଚଳରେ ପାଣି ପଞ୍ଚାୟତ ସଠିକ ଭାବରେ ଚାଲିବା ସହିତ ନିଜର ଆତ୍ମା ତୃପ୍ତି ହୋଇଛି ବୋଲି କହିଛନ୍ତି. ସେହିଭଳି ପୁରୀ ଜିଲ୍ଲାର ଉଭୟ ଜଳ ସେଚନ ଡିଭିଜନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସେଠ ଏବଂ ଶ୍ରୀ ଦଳାଇ ଅଞ୍ଚଳର ଚାଷିମାନଙ୍କ ସେବାରେ ସଦାସର୍ବଦା ନିୟୋଜିତ ରହି ଚାଷି କିଭଳି ସଠିକ ଭାବରେ କେନାଲ ପାଣି ବ୍ୟବହାର କରି ଅଞ୍ଚଳରେ ଚାଷର ଉର୍ନ୍ନତିକରି ଚାଲିବ ସେଥି ନିମନ୍ତେ ଆମ୍ଭେ ପ୍ରସ୍ତୁତଅଛୁ ବୋଲି କହିଥିବା ବେଳେ ଉପସ୍ଥିତ ଥିବା ଚାଷୀଙ୍କ ମନରେ ଉତ୍ସାହ ଦେଖାଦେଇଛି. ଏହି ଦିବସରେ ଡେଲାଙ୍ଗ ଜଳ ସେଚନ ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ତନୁଜ କୁମାର ରାଉତ. ସାକ୍ଷୀଗୋପାଳ ଜଳ ସେଚନ ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ମକର ବେହେରା. ପିପିଲି ଜଳସେଚନ ଉପଖଣ୍ଡ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଚିତ୍ରା ନନ୍ଦ ମାଝୀ ଏବଂ ଅନ୍ୟ ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବା ବେଳେ ପ୍ରତ୍ୟେକ ସେକ୍ସନ ବିଭାଗର ସହକାରୀ ଯନ୍ତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ. ସଭା ଶେଷରେ କୃତ୍ତି ଛାତ୍ରଛାତ୍ରୀ ଓ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସଂମ୍ମାନିତ କରାଯାଇଛି.
Recent Comments