logo
add image
ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରୀକାରେ ରାତାରାତି ଦୁଇ ସିଏମର ପିଚୁ ଘସି ଅର୍ଥ ହରିଲୁଟ କରିବା ରାସ୍ତାକୁ ଗ୍ରାମବାସୀ ବନ୍ଦ କଲେ।

ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରୀକାରେ ରାତାରାତି ଦୁଇ ସିଏମର ପିଚୁ ଘସି ଅର୍ଥ ହରିଲୁଟ କରିବା ରାସ୍ତାକୁ ଗ୍ରାମବାସୀ ବନ୍ଦ କଲେ।

ବିଷମକଟକ,୫/୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥ ପାଳ)ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ଵ୍ଲକର ଅଧୀକାଂଶ ଲୋକ ଅନୁସୁଚିତ ଜାତି ଓ ଜନଜାତି ଅଟନ୍ତି।ପୂର୍ବରୁ ଏମାନଙ୍କ ଶିକ୍ଷାଦିକ୍ଷାର ଅଭାବଥିଲା,ଆଜିର ସମାଜ ଭଳି ଶିକ୍ଷା ନଥିଲା।ହେଲେ ମଧ୍ୟ ଏମାନଙ୍କ ସରଳତାର ସୁଯୋଗ ନେଇ ସରକାରୀ ଅଧିକାରୀମାନେ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକୁ ସଠିକ ଭାଵେ ଲୋକଙ୍କ ପାଇଁ ବିନିଯୋଗ ନ କରି ଜନମାରଣ ନୀତିରେ ପରିଣତ କରୁଥିଲେ।ଯାହାକି ନିମ୍ନମାନର ଆର୍ ଡି ରାସ୍ତାରେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ ଅର୍ଥ ଲୁଟୁକରୁଥିବା ରାସ୍ତାକୁ ଗ୍ରାମବାସୀ ବନ୍ଦ କରି ଵିଭାଗିୟର ସ୍ବଛତା ଉପରେ ଆଙ୍ଗୁଳି ନିର୍ଦ୍ଦଶ କରିଛନ୍ତି।ସୂଚନାଯୋଗ୍ୟ ଚନ୍ଦ୍ରପୁରୁ ବ୍ଲକରେ ଯେତେ ରାସ୍ତା ନିର୍ମାଣ ଓ ପିଚୁ କରାଯାଉଛି ତାହା ଏତେ ନିମ୍ନମାନର ହେଉଥିଲା ତାହା ମାସକ ମଧ୍ୟରେ ପୂର୍ବ ସ୍ଥିତିରେ ପରିଣତ ହେଉଥିଲା ତାହା ମଲ୍ଲିକ ଜେଇଙ୍କ ପାଇଁ ସମ୍ଭଵ ହେଉଛି।ସେତେଵେଳେ ଵିଜେଡି ବାହୁଛାୟାତଳେ ରହି କାର୍ଯ୍ୟ ହେଉକି ନ ହେଉ ବିଲ କରି ମିଳିମିଶି ଚଳୁ କରି ଚାକିରୀ ନିୟମିତ ନହେଲେବି କୋଟିପତି ହେଵାର ସୌଭାଗ୍ୟ ଲାଭ କରିଥିବା ମଲ୍ଲିକ ଜେଇଙ୍କ ନାଁରେ ଅଭିଯୋଗ ହେଉଛି।ଏଥିପାଇଁ ଭିଜିଲାନ୍ସ ତଦନ୍ତ ଜରୁରୀ ହୋଇପଡିଛି।ଆହୁରି ମଧ୍ୟ ଦୁର୍ନୀତିର ପେଡି ଦେଖିବାକୁ ମିଳିଛି ଚନ୍ଦ୍ରପୁରୁ ବ୍ଲକ ଡାଙ୍ଗସୋରଡା ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଉଆବାଲି,ସୁରଙ୍ଗାଗୁଡି ଗ୍ରାମ୍ୟ ଉନ୍ନୟନ ରାସ୍ତା,ଏହି ରାସ୍ତାରେ ଠିକାଦାର ଓ ଯନ୍ତ୍ରୀଙ୍କ ଵିନା ଉପସ୍ଥିତିରେ ଲେବରମାନଙ୍କ ଦ୍ବାରା ନିମ୍ନମାନର ପିଚୁ ଓ ଗୁଣ୍ଡ ଚିପ୍ସ ଏଵଂ କାରପେଣ୍ଟିଂ,ସ୍ଲିକୋଟିଂ ନକରି ରାତି ଦିନ ପିଚୁ ଘସି ରାସ୍ତା ସାରିଦେଵାକୁ କାର୍ଯ୍ୟ କରୁଥିଲେ।ଏହା ଦେଖି ମାଦିଗୁଡା ଓ ଗାମାଗୁଡିର ଗ୍ରାମବାସୀମାନେ ରାସ୍ତା କାମ ବନ୍ଦ କରି କହିଲେ ତୁମେମାନେ ଏ ରାସ୍ତାରେ ଚଳ ପ୍ରଚଳ କରିବନି ଆମେ କରିବୁ,ଆଗରୁ ଆମକୁ ଭୂଆଁ ବୁଲାଇ ମାଟି ରାସ୍ତାରେ ଯେନେତେନେ ପ୍ରକାର ନାଲି ଗୋଡି ଛିଞ୍ଚି ଏହି ଜେଇ କିଭଳି ବିଲ୍ କରି ନେଇଗଲେ ତାହା ଆମକୁ ପରେ ଜଣାପଡିଲା।ଏବେ ଅଧଇଞ୍ଚରୁ ଅଧା ପିଚୁ ପକା ଯାଉଛ,ତାହାଚଲାପାଦରେ ପିଚୁ ଵାହାରି ମାଟି ଦିଶୁଛି,ତେଣୁ ତୁମ ଠିକାଦାର ଏଵଂ ଉଚ୍ଚ ଅଫିସର ଆସି ଦେଖିବା ପରେ ସରକାରଙ୍କ ନିୟମ ଅନୁଯାଇ  ଗୁଣ ମାନର କାର୍ଯ୍ୟ ହେଵ ବୋଲି ଗ୍ରାମବାସୀ ମାନେ ଲେଵରଙ୍କୁଚେତାବନୀ ଦେଇ କାର୍ଯ୍ୟ ବନ୍ଦ କରିଥିବା ଆମ ପ୍ରତିନିଧିଙ୍କୁ ସ୍ଥାନୀୟ ଗ୍ରାମବାସୀ ଶ୍ରୀବୁରୁଜା ବ୍ରେଡକା,ମାନିଲା ବ୍ରେଡକା,ମହେଶ୍ବର ଵ୍ରେଡକା,ଦାମୋଦର ଵ୍ରେଡେକା,କାଳିଦାସ ବ୍ରେଡେକା,ମୁଷା ବ୍ରେଡେକା,ଦୁଶା ପଣ୍ଡୁ,କାଲା ପଣ୍ଡୁ,ଅନନ୍ତ ଦିବାକା ଓ ଡମ୍ବୁରୁ ଦିବାକା ପ୍ରମୁଖ ଅଭିଯୋଗ କରିଛନ୍ତି।ସେ ପୁଣି କହିଛନ୍ତି ବିଭାଗୀୟ କର୍ତ୍ତୁପକ୍ଷ ଯଦି ଆମର ଏହି କାର୍ଯ୍ୟ ଦେଖିବା ସହ ଵ୍ଲକର ସମସ୍ତ ତାଙ୍କ ବିଭାଗୀୟ କାର୍ଯ୍ୟ ତଦନ୍ତ କରନ୍ତି ତେଵେମଲ୍ଲିକ ଜେଇର ଦୁର୍ନୀତିର ଚେର କେତେ ଗଭିର ତାହା ଲୋକଲୋଚନକୁ ଆସିବ।ଏଥିରେ କିଛି ଅଵିଚାର ହୁଏ ତେଵେ ଆମେ ଆନ୍ଦୋଳନକୁ ଓହ୍ଲାଈବାକୁ ପଛାଈବୁ ନାହିଁ ଵୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଏନେଇ ଗୁଣୁପୁରୁ ଆରଡି ବିଭାଗର ଏସଡିଓଙ୍କୁ ଫୋନରେ ପଚାରିବାରୁ କେଉଁଠି କାମ ହେଉଛି ମୁ ଜାଣିନି ଦେଖିବା କଣ ହୋଇଛି ବୁଝିବି,କିନ୍ତୁ ଆଜିକୁ ଦଶ ଦିନ ବିତିଯାଇଥିଲେ ମଧ୍ୟ ଏସଡିଓଙ୍କର ବୁଝିବା କ୍ଷମତା ଜେଇଙ୍କ ନିକଟରେ ରହିଗଲା।
 

Recent Comments

Leave Comments

Top