logo
add image
ଉତ୍ସବ ପ୍ରଧାନପାଟ ରାଲି ସବ କମିଟି ବୈଠକ।

ଉତ୍ସବ ପ୍ରଧାନପାଟ ରାଲି ସବ କମିଟି ବୈଠକ।

ଦେବଗଡ଼,୦୪/୦୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ପ୍ରତାପ କିଶୋର ନାୟକ)ଉତ୍ସବ ପ୍ରଧାନପାଟ ୨୦୨୫ ନିମନ୍ତେ ରାଲି ସବ କମିଟି  ବୈଠକ ଆଜି ଉପ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି।ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଉତ୍ସବ ପ୍ରଧାନପାଟର ରାଲି ପାଇଁ ବଜେଟ ପ୍ରସ୍ତୁତ କରାଯିବା ସହ ଉତ୍ସବ ପ୍ରଧାନପାଟ କୁ ସରସ ସୁନ୍ଦର କରିବା ଲାଗି ବ୍ଲକ କଳାକାର ସଂଘ ର ଦଳ ଓ ଜ଼ିଲ୍ଲା କଳାକାର ସଂଘ ର ଦଳ କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ଓ ପ୍ରତ୍ୟେକ ଛକ ମାନଙ୍କରେ ରଙ୍ଗେଲି ଏବଂ ଆତସ ବାଜି ର କାର୍ଯ୍ୟକ୍ରମ କରାଯିବା ପାଇଁ ଆଲୋଚନା କରାଯାଇଥିଲା।ବୈଠକରେ ରାଲି ସବ କମିଟିର ଆବାହକ ତଥା ଜ଼ିଲ୍ଲା ଜରୁରୀକାଳୀନ ଅଧିକାରୀ ହେମନ୍ତ ସିଂ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର,ସାମ୍ବାଦିକ ସିଦ୍ଧାର୍ଥ ଗୁରୁ,ସାମ୍ବାଦିକ ଶଶାଙ୍କ ଶେଖର ଝାଙ୍କର, ମାର୍କଣ୍ଡେଶ୍ୱର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top