logo
add image
ବାଗବାହାଲ ଗ୍ରାମରେ ବାଘ ଆତଙ୍କ।

ବାଗବାହାଲ ଗ୍ରାମରେ ବାଘ ଆତଙ୍କ।

ନୂଆପଡା/ ସିନାପାଲି,୪/୦୧/୨୫(ଆଧାର ମିଡ଼ିଆ//ରିପୋର୍ଟ-ହେରମ୍ବ ମେହେର)ନୂଆପଡା ଜିଲ୍ଲା ବୋଡେ଼ନ ବନ ବିଭାଗ ଅଧୀନରେ ଥିବା ବାଗବାହାଲ ଗାଁଁ ରେ ବାଘ ଆତଙ୍କ ଦେଖାଦେଇଛି l  ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗାଁଁ ର ଭୁଜ ହାତୀ ନାମକ ଜୈନେକ ଛେଳି ଚାଷୀ ଙ୍କ ଗୁହାଳ ରୁ ଛେଳି ମେଣ୍ଢା  କୁ ଟେକି ନେଇ ବାଘ ମାରି ଖାଇ ଦେଇଥିବା ବେଳେ ଆଉ ୮ ଗୋଟି ଛେଳି ଓ ମେଣ୍ଡା ଙ୍କୁ ଆକ୍ରମଣ କରି କ୍ଷତ ବିକ୍ଷ୍ୟତ କରି ଦେଇଥିବା ଅଭିଯୋଗ ହୋଇଛି।ଏନେଇ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇଁ ବନବିଭାଗ ର ଦ୍ୱାରସ୍ତ ହୋଇଥିବା ଜଣାପଡିଛି ଅପର ପକ୍ଷେ ବାଘ ଆତଙ୍କ କୁ ନେଇ ବାଗବାହାଲ ଗାଁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।ଏ ଖବର ପାଇ ବନ ବିଭାଗ ର ଏକ ଟିମ ଗାଁଁ ରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଥିବାବେଳେ କିପରି ନିଜେ ସୁରକ୍ଷିତ ରହି ନିଜର ଗୃହପାଳିତ ପଶୁକୁ ସୁରକ୍ଷିତ ରଖିବେ ସେ ନେଇ ସଚେତନ କରୁଥିବା ଜଣାପଡିଛି।

Recent Comments

Leave Comments

Top