logo
add image
ଯାତାୟାତ ସଂଯୋଗପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ :

ଯାତାୟାତ ସଂଯୋଗପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ :

ଵିଷମକଟକ//ରାୟଗଡ଼ା/୦୬/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-କାଶୀନାଥ ପାଳ) ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ କେତେକର ଶିଳାନ୍ୟାସ କରିଛନ୍ତି |  ଏହି ପଦକ୍ଷେପଗୁଡ଼ିକ ବିଭିନ୍ନ ଅଞ୍ଚଳରେ ବିଶେଷ ଭାବେ ଓଡିଶା, ଜାମ୍ମୁ କାଶ୍ମୀର ଏବଂ ତେଲେଙ୍ଗାନାରେ ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି |
ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ଭିତ୍ତିପ୍ରସ୍ତର ସ୍ଥାପନ-ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୂର୍ବତଟ ରେଳପଥର ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନପାଇଁ ଶିଳାନ୍ୟାସ କରିଛନ୍ତି |ଏହି ପ୍ରକଳ୍ପର ନିର୍ମାଣ ପାଇଁ ଆନୁମାନିକ ₹ ୧୦୭ କୋଟି ଟଙ୍କା ମଞ୍ଜୁର କରାଯାଇଛି. ଯାହା ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁକାଶ୍ମୀର ସହ ଏହାର ଆଖପାଖ ଅଞ୍ଚଳରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି | ଏହି ନିର୍ମାଣ କାର୍ଯ୍ୟ ନୂତନ ରେଳମଣ୍ଡଳ କାର୍ଯ୍ୟାଳୟ ଭବନ ସହ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ, ଅଧିକାରୀ ଏବଂ କର୍ମଚାରୀଙ୍କ ରହିବା ପାଇଁ ଆଧୁନିକ ଆବାସ ସୁବିଧା ଯୋଗାଇବ |
ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଏକ ଉଲ୍ଲେଖନୀୟ ଘଟଣା ଥିଲା. ଯେଉଁଥିରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହି ଏହାର ଶିଳାନ୍ୟାସ କରିଥିଲେ | ରାୟଗଡାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ l ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ କହିଲେ ଯେ ଓଡିଶା ସରକାର ଓଡିଶା ବାସୀଙ୍କ ନିମନ୍ତେ ଚିନ୍ତା କରୁଛନ୍ତି l ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ଧାନର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି l ଆଦିବାସୀ ଅଞ୍ଚଳରେ ଶିଳ୍ପ ବିକାଶ କରିବା ଦ୍ୱାରା ଅଧିକ ସ୍ଥାନୀୟ ନିଯୁକ୍ତି ମିଳିବ l ସ୍ୱାସ୍ଥ୍ୟ କେତ୍ରରେ ବିକାଶ ନିମନ୍ତେ ଆଗାମୀ ଦିନରେ ମେଡିକାଲ କଲେଜ ସ୍ଥାପନ ପାଇଁ ବସରକାର ବିଚାର କରିବେ ବୋଲି କହିଥିଲେ l ଭାରତ ସରକାରଙ୍କ ରେଳବାଇ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂ ବିଟୁ ଏବଂ ଏହି ଅଞ୍ଚଳର ବହୁ ବିଶିଷ୍ଟ ଅତିଥି ଯଥା ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ଓଡିଶା,କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେଓ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ,ରାୟଗଡ ବିଧାୟକ କାଦ୍ରlକl ଆପଲସ୍ୱାମୀ, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗ ପୁର ବିଧାୟକ,ରେଳ ବିଭାଗ ଡିଆରଏମ ମନୋଜ କୁମାର ସାହୁଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱାରୀ, ଆରୋକ୍ଷୀ ଅଧିକ୍ଷକl ସ୍ୱାତୀ ଏସ କୁମାର ଓ ରେଳ କର୍ତୃପକ୍ଷ ଆୟୋଜନ କରିଥିଲେ
                     ରାୟାଗଡା ରେଳ ମଣ୍ଡଳ ପ୍ରକଳ୍ପର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା :
* ରାୟଗଡା ରେଳ ମଣ୍ଡଳ ମୁଖ୍ୟାଳୟ: ରେଳ ଚଳାଚଳର ତଦାରଖ ପାଇଁ ବିଭାଗୀୟ କାର୍ଯ୍ୟାଳୟ ରାୟଗଡାରେ ଅବସ୍ଥିତ |
* ଏକ ଆଧୁନିକ ମଣ୍ଡଳ ରେଳବାଇ କାର୍ଯ୍ୟାଳୟ ଭବନ ପ୍ରାୟ ୧୨ ,୦୦୦ବର୍ଗମିଟର କ୍ଷେତ୍ରରେ ନିର୍ମାଣ ହେବ ଯାହାକି ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ଦୁଇଟି ଫ୍ଲୋର ଉପଲବ୍ଧ ରହିବ |
* ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ: ଦୈନନ୍ଦିନ ରେଳ କାର୍ଯ୍ୟ ପରିଚାଳନା ଏବଂ ତଦାରଖ କରିବା |
* ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଆବାସ: ମଣ୍ଡଳର କର୍ମଚାରୀଙ୍କ ପାଇଁ ଆବାସ ସୁବିଧା |
* ଉନ୍ନତ ପରିବହନ ସଂଯୋଗ : ସୁଗମ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ଯୋଗାଯୋଗ କ୍ଷେତ୍ରରେ ବିକାଶ |
* ସ୍ଥିରତା: ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ରେଳ ମଣ୍ଡଳ ଭବନରେ ବର୍ଷା ଜଳ ଅମଳ ବ୍ୟବସ୍ଥା ରହିବ |
ରାୟଗଡା ରେଳ ମଣ୍ଡଳର କାର୍ଯ୍ୟାଳୟ ଭବନ ପ୍ରତିଷ୍ଠା ଦକ୍ଷିଣ ଓଡିଶାର ଆଦିବାସୀ ବହୁଳ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି, ସ୍ଥାନୀୟ ଶିଳ୍ପ ସହିତ ଯୋଗାଯୋଗ ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ | ଏହି ପ୍ରକଳ୍ପଟି ସ୍ଥାନୀୟ ଅଞ୍ଚଳର ବିକାଶକୁ ସକରାତ୍ମକ ଭାବରେ ପ୍ରଭାବିତ କରିବ ଏବଂ ସ୍ଥାନୀୟ ଜନସମୁଦାୟର ଉନ୍ନତ କରିବ ବୋଲି ଆଶା କରାଯାଉଛି |ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର କମ୍ଭମପତି ହରି ବାବୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିଥିବାବେଳେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ରାୟଗଡା ରେଳ ମଣ୍ଡଳର କାର୍ଯ୍ୟାଳୟ ଭବନ ଶିଳାନ୍ୟାସ, ଜାମ୍ମୁ ରେଳ ମଣ୍ଡଳ ଏବଂ ଚର୍ଲାପଲ୍ଲୀ ଟର୍ମିନାଲ ଷ୍ଟେସନର ଉଦଘାଟନକୁ ତଦାରଖ କରିବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ |ଏହି ରେଳ ପ୍ରକଳ୍ପଗୁଡିକ ଆଞ୍ଚଳିକ ଅର୍ଥନୈତିକ ବିକାଶ, ପର୍ଯ୍ୟଟନ ଏବଂ ଭିତ୍ତିଭୂମି ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରିବ ବୋଲି ଆଶା କରାଯାଉଛି |

 

 

Recent Comments

Leave Comments

Top