କଣିହାଁ/୫ /୧/୨୦୨୫/ (ଆଧାର ମିଡ଼ିଆ//) ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ କଣିହାଁ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଦିନ ଏକ ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀ ନରୋତ୍ତମ ପ୍ରଧାନ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମଙ୍ଗୁଲୁ ଚରଣ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପ୍ରଧାନ ଓ ସୁଜନ କୁମାର ସାହୁ ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଆସନ୍ତା ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ଭୁବନେଶ୍ୱର ଠାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଆଜି ବ୍ଲକସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳନ ପୂର୍ବକ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଷ୍ଟମ ,ନବମ ଓ ଦଶମ ଶ୍ରେଣୀ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ତିନୋଟି ସ୍ତରରେ ପ୍ରତିଯୋଗିତା କରାଯାଇଥିଲା। ପ୍ରତ୍ୟେକ ସ୍ତରରେ ପ୍ରବନ୍ଧ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତରରେ ଅଧିକ ଏକ ପ୍ରତିଯୋଗିତା ସାଇକେଲ ରେସ ଅନୁଷ୍ଠିତ ହୋଇଥିଲା । ୧୭ଟି କ୍ଲଷ୍ଟରରୁ ପୂର୍ବରୁ ମନୋନୀତ ହୋଇ ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଆଜିର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ସ୍ତରର ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଜାନୁୟାରୀ ୭ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚୟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଇଓ କାର୍ଯ୍ୟାଳୟର ମୁକେଶ ସାମନ୍ତରାୟ, ଶ୍ରୀକାନ୍ତ ଗଡନାୟକ, ସିଆରସିସି ଗଗନ ବିହାରୀ ନାଏକ ଓ ଗୌତମ ମାଝି ସହଯୋଗ କରିଥିଲେ।
Recent Comments