କଣିହାଁ/ଅନୁଗୁଳ/୫/୧/୨୦୨୫/ (ଆଧାର ମିଡ଼ିଆ//) :ଅନୁଗୋଳ ଜିଲା କଣିହାଁସ୍ଥ ଉତ୍କଳମଣି ଗୋପବନ୍ଧୁ ଅନ୍ଧକଲ୍ୟାଣ ସମିତି ପକ୍ଷରୁ ୫୧ତମ ବାର୍ଷିକ ଶୀତକାଳୀନ ବସ୍ତ୍ର ବଣ୍ଟନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରବିବାର ଦିନ କଣିହାଁ ପ୍ରଜାମଣ୍ଡଳ ଭବନ ପରିସରରେ ସମିତିର ସଭାପତି ସୁଧାକର ପ୍ରଧାନଙ୍କ ସଭାପତି ତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଏନଟିପିସି,କଣିହାଁ ପ୍ରକଳ୍ପର ମୁଖ୍ୟ ଏ କେ ସେହଗଲ ସମ୍ମା ନୀତ ଅତିଥି ଭାବରେ ଏଜିଏମ(ଏଚଆର) ସୁଜିତା ରଥ,ସିନିଅର ମ୍ୟାନେଜର (ଏଚଆର) ଜିତେନ୍ଦ୍ର କୁମାର, ପ୍ରମୁଖ ଯୋଗ ଦେଇ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଦୃଷ୍ଟିହୀନ,ଦିବ୍ୟାଙ୍ଗ ଲୋକମାନଙ୍କୁ ଶୀତକାଳୀନ ବସ୍ତ୍ର ବଣ୍ଟନ କରିଥିଲେ l ସଭାରେ ସ୍ଵତନ୍ତ୍ର ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ସମସ୍ତ ଦିବ୍ୟାଙ୍ଗ, ଦୃଷ୍ଟିହୀନଙ୍କ ଶୁଭ ମନାସିଥିଲେ l ଆୟୋଜିତ ସଭାରେ ସମାଜସେବୀ ଧନେଶ୍ଵର ସାହୁ ମଞ୍ଚ ପରିଚାଳନା, ସମିତିର ସଂପାଦକ କାଳନ୍ଦୀ ଚରଣ ପ୍ରଧାନ ସଂପାଦକୀୟ ବିବରଣୀ ପଠନ, ଉଷାରାଣୀ ପ୍ରଧାନ ସ୍ବାଗତ ସଙ୍ଗୀତ,ଦେବଦତ୍ତ ପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବରେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ୮୩୦ ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କୁ ବସ୍ତ୍ରବଣ୍ଟନ କରାଯାଇଥିଲା l ମକର ସଂକ୍ରାନ୍ତିରେ କଳମୁଛୁଇଁ ଠାରେ ଆଉ ଏକ ଵସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ରହିଥିବା ସମିତି ପକ୍ଷରୁ ପ୍ରକାଶ l ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଦିଲିପ ପ୍ରଧାନ, ସୁନିଲ ପ୍ରଧାନ,ଜଗବନ୍ଧୁ ପ୍ରଧାନ, ରୋହିତ ସାହୁ ସମରବଲ୍ଲଭ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ସଭା ପ୍ରାରମ୍ଭରେ ଅଟିଥିଗଣ ଗୋପବନ୍ଧୁ, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ସମିତିର ପ୍ରତିଷ୍ଠାତା ସ୍ୱର୍ଗତଃ କପିଳେଶ୍ୱର ପ୍ରଧାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ l ସବୁବର୍ଷଭଳି ଏନଟିପିସି ପକ୍ଷରୁ ଟେଣ୍ଟ ଓ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା l
Recent Comments