logo
add image
ଭାରତ ଏକ ବିଶ୍ୱ ଅର୍ଥନୈତିକ ଶକ୍ତି ଭାବରେ ଆଜି ଉଦୟମାନ

ଭାରତ ଏକ ବିଶ୍ୱ ଅର୍ଥନୈତିକ ଶକ୍ତି ଭାବରେ ଆଜି ଉଦୟମାନ

ଖୋର୍ଦ୍ଧା/୦୬/୦୧/୨୦୨୫ / (ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ ସ୍ବାଇଁ)  । ପ୍ରବାସୀ ଭାରତୀୟମାନଙ୍କ ସହଯୋଗ ଦ୍ଵାରା ବିଶ୍ଵ ନାଗରିକଙ୍କ ମଧ୍ୟରେ ସ୍ଥାୟୀ ସମ୍ପର୍କ ଗଢ଼ିବାରେ ଭାରତ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛି ଯାହାଦ୍ୱାରା ବିଦେଶୀ ଭାରତୀୟମାନଙ୍କ ସହିତ ସଂଯୁକ୍ତ ହୋଇ ଭାରତ କିପରି ବିଶ୍ୱ ସ୍ତରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ସେହି ଲକ୍ଷ୍ୟ ନେଇ ଆଜି ଏଇ ଦିବସର ପାଳନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ସ୍ଥାନୀୟ ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜି ଜିଲ୍ଲା ସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ଓ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ଚଞ୍ଚଳ ରାଣା ପିଲାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖ୍ କହିଥିଲେ ଯେ, ଉନ୍ନତ ଓଡ଼ିଶା ପାଇଁ ତୁମମାନଙ୍କର ଅମୂଲ୍ୟ ଦାନ ଏକାନ୍ତ କାମ୍ୟ । ଆମର ସ୍ୱଭାଗ୍ୟର କଥା ଏଥର ଓଡ଼ିଶା ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ କରୁଅଛି । ସମସ୍ତ ଛାତ୍ରଛାତ୍ରୀ ଏହାକୁ ପରିଦର୍ଶନ କରିବାକୁ ଯେପରି ନ ଭୁଲନ୍ତି ସେଥିପାଇଁ  ପ୍ରବର୍ଭାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଦିବସର ମହତ୍ତ୍ଵ ପ୍ରତିପାଦିତ କରିବା ସହିତ ପରିଚୟ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ୧୦ଟି ବ୍ଲକ ଏବଂ ଭୁବନେଶ୍ୱର ମହାନଗର ନିଗମରୁ ୯ ଜଣ ଲେଖାଏଁ ପ୍ରତିଯୋଗୀ ଚୟନ ହୋଇ ଜିଲ୍ଲା ସ୍ତରର ବିଭିନ୍ନ ପ୍ରତିଯୋଗିତା ଯଥା : ରଚନା, କୁଇଜ୍, ପ୍ରଚାରପତ୍ର ଉପସ୍ଥାପନାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୨୭ଜଣ ବିଭିନ୍ନ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର ଗ୍ରହଣ କରି ପୁରସ୍କୃତ ହୋଇଥିଲେ । ଏହାକୁ ଏସି.ଏସ୍ ଟି ସଂଯୋଜିକା ସୁନୀତା ପଟ୍ଟନାୟକ ପରିଚାଳନା କରିବା ସହିତ ଅଖୁଳେଶ ମହାପାତ୍ର ଉପସ୍ଥାପକ କାର୍ଯ୍ୟ ତୁଲାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗୀତାରେ ଖୋର୍ଦ୍ଧା ବ୍ଲକର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୁଧୂଷ୍ଠିର ସାହୁ, ରବିନାରାୟଣ ପଣ୍ଡା, ରବୀନ୍ଦ୍ର ପ୍ରଧାନ, ରବିନାରାୟଣ ସାହୁ, ବିକାଶ କୁମାର ମୁଦୁଲି, ପୂର୍ଣଲକ୍ଷ୍ମୀ ମହାରଣା, ବାଗେଶ୍ରୀ ମହାପାତ୍ର, ଅମୀୟ ଜେନା, ରାଜୀବ ମହାପାତ୍ର ଓ ସ୍ମରଣିକା ମହାପାତ୍ର ଶିକ୍ଷକ ଅଭିରାମ ପଣ୍ଡା, ଅଗାଧୁ ସେଠୀ ଓ ମୃତ୍ୟୁଞ୍ଜୟ ମହାପାତ୍ର, ପିଅନ ଦୁର୍ଯ୍ୟୋଧନ ସ୍ୱାଇଁ ଓ ଚକ୍ରଧର ବାରିକ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Recent Comments

Leave Comments

Top