କଣିହାଁ/୭ /୧/୨୦୨୫/ ଆଧାର ମିଡ଼ିଆ//- ଅନୁଗୋଳ କଣିହାଁ ଜାତୀୟ ରାଜପଥ ରେଙ୍ଗାଳୀ ଠାରୁ ଗୋଡ଼ିବନ୍ଧ ପଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟପାଇଁ ୨ ସହ କୋଟି ଟଙ୍କା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଆରମ୍ଭ ହୋଇ ଥିଲାବେଳେ, ଏହାକୁ କଣିହାଁଠାରୁ ଏନଟିପିସି ଏମଜିଆର ପର୍ଯ୍ୟନ୍ତ ଏକ ନୂତନ ବାଇପାସ ନିର୍ମାଣ ପାଇଁ ପଦକ୍ଷପ ନେଇଛନ୍ତି ,ଏହି ରାସ୍ତାକୁ ଚାରିଲାଇନ ବିଶିଷ୍ଟ ହେବାକୁ ଥିବାବେଳେ, ଏହା କଣିହାଁ ପଥରମୁଣ୍ଡା ଲୋଧାବନ୍ଧ ଗ୍ରାମ ପଛଦେଇ ଏମଜିଆର ପାଖ ଶିବମନ୍ଦିର ଠାରେ ଏନଏଚ ରାସ୍ତାକୁ ସଂଯୋଗ କରିବ ବୋଲି ଜଣାପଡିଛି, କୋଇଲା ଓ ପାଉଁଶ ପରିବହନରେ କଣିହାଁଠାରୁ ପଥରମୁଣ୍ଡା ଏନଟିପିସି ବଜାର ଦେଇ ଯାଇଥିବା ରାସ୍ତାକୁ ଯେଆଇପିଏଲ, ଏମସିଏଲ, ଏନଟିପିସି ଏହି ସହିତ ତିନିଟି କମ୍ପାନୀ ରାସ୍ତାକୁ ସମ୍ପୂର୍ଣ କବ୍ଜାକରି ରାସ୍ତାରେ ୨୪ ଘଣ୍ଟିଆ ସହ,ସହ କୋଇଲା, ପାଉଁଶ ଟ୍ରକ ଯାତାୟତ କରୁଥିବା ବେଳେ, ସାଧାରଣ ଜନତା ଯିବା, ଆସିବାରେ ନାହିଁ ନଥିଵା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହାକୁ ନେଇ ଦୀର୍ଘଦିନ ଠାରୁ ବାରମ୍ବାର ରାସ୍ତା ରୁକ ଦାବୀ ଆନ୍ଦୋଳନ ହୋଇ ଥିବାବେଳେ, କଣିହାଁ ଅଞ୍ଚଳ ଅନେକ ସଂଗଠନ ଅନୁଗୋଳ ଜିଲାପାଳ ଓ ସରକାରଙ୍କୁ ଦାବୀପତ୍ର ଦିଆଯାଇଥିଲା, ଏହାକୁ ଦୃଷ୍ଟିରେ ରଖି ଏହି ନୂତନ ବାଏ ପାସର ସର୍ଭେ କାମ ଜଲଦି ସାରିବାକୁ ସମ୍ପକୃତ ବିଭାଗ୍ୟ ଅଧିକାରୀଙ୍କୁ ପାଲଲହଡା ବିଧାୟକ ଅଶୋକ ମହାନ୍ତି ତାଗିଦ କରିଥିଲେ, କଣିହାଁ ବ୍ଲକର ଜନ ସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି, ତୁରନ୍ତ ରାସ୍ତା ନିର୍ମାଣ ପାଇଁ ନିର୍ଦିଷେ ଦେଉଛନ୍ତି ,ହେବାକୁ ଥିବା ନୂତନ ବାଏପାସ ରାସ୍ତାକୁ ବୁଦ୍ଧିଯିବି ମୋହଲରେ ୨ଟି ପ୍ରସ୍ତାବ ଦେଉଥିବା ବେଳେ ,ସର୍ବ ସନ୍ନମତି କ୍ରମେ କଣିହାଁ ଠାରୁ ପଥର ମୁଣ୍ଡା ଦେଇ ଏମଜି ଆର ଠାରେ ସଂଯୋଗ ହେଉବୋଲି ଜନ ସାଧରଣ ମତ ପ୍ରକାଶ କରିଥିଵା ଜଣା ପଡିଛି, ଏହାର ତୁରନ୍ତ ସମାଧାନ ରାସ୍ତା ବାଛି କାର୍ଯ୍ୟକୁ ତ୍ୱରାନ୍ୱିତ କରା ଯିବ ବୋଲି ସର୍ଭେକ୍ଷଣରେ ଭାଗ ନେଇଥିବା ଅଧିକାରୀ ମାନଙ୍କ ସୂତ୍ରରୁ ପ୍ରକାଶ,ଏଥିରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ,କଣିହାଁ ତହସିଲଦାର ଚିନ୍ମୟୀ ଦାଶଙ୍କ ସହିତ ଜାତୀୟ ରାଜପଥ କତୃକ୍ଷ ଓ ,ଏମସିଏଲ ,ଏନଟିପିସି, ଜେଆଇପିଏଲ, ଅଧିକାରି ମିସି ଝରାବେରେଣି ଠାରୁ ଆମ୍ବପାଳ ପର୍ଯ୍ୟନ୍ତ ରାସ୍ତା ବୁଲି ଦେଖିଥିଲେ , ଟାକୁଆ, ଟୋଲକବେଡା , ପଥର ମୁଣ୍ଡା , ତେଲିସିହଁl ଏନଟିପିସି ବାଏପାସ ପ୍ରଭୁତି ବୁଲି ଦେଖି ଥିଲେ , ଗୋଡ଼ି ବନ୍ଧ ଠାରୁ କଣିହାଁ ପର୍ଯ୍ୟନ୍ତ ଫୋର ଲେନ ରାସ୍ତା ନିର୍ମାଣ ଆରମ୍ଭ ହେବାକୁ ଯାଉଛି, ଖୁବ ଶୀଘ୍ର ଏହାର ଏକ ପୂର୍ଣ୍ଣ ବିବରଣି ପ୍ରସ୍ତୁତି କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀକୁ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ମହାନ୍ତି ପ୍ରକାଶ କରିଥିବା ଜଣା ପଡିଛି , ମଣ୍ଡଳ ସଭାପତି ତ୍ରିପୁରାରି ପ୍ରଧାନ ,ପ୍ରହ୍ଲାଦ ସାମଲ, ନୃସିଂହ ବରାଳ ଦିବାକର ପ୍ରଧାନ ବିନୟ ପ୍ରଧାନ ସୁମନ୍ତ ପ୍ରଧାନ. ହରେକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ,
Recent Comments